ମୁଁ ଶ୍ରୀକ୍ଷେତ୍ର ବୋହୁ ନଭେମ୍ବର ମାସର ଚାରିତାରିଖ ରେ ରାତ୍ର ରେ ମଞ୍ଚସ୍ଥ

ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ଅଧୀନ ଝାରଦା ଗ୍ରାମ ର ମେଲଣ ଉପଲକ୍ଷେ ମହାଲକ୍ଷ୍ମୀ ପୂଜା‌ଉପଲକ୍ଷେ ନାଟକ ମୁଁ ଶ୍ରୀ କ୍ଷେତ୍ର ବୋହୁ ନଭେମ୍ବର ମାସର ଚାରିତାରିଖ ରେ ରାତ୍ର ରେ ମଞ୍ଚସ୍ଥ ହୋଇଯାଇଅଛି।ପ୍ରଶାନ୍ତ କୁମାର ଦତ୍ତ ଓ ଗୋବର୍ଦ୍ଧନ ନାୟକ ଙ୍କ ନିର୍ଦ୍ଦେଶନାରେ ଓ ଜଗନ୍ନାଥ ରାଉତ ଙ୍କ ରଚନାରେ ନାଟକ ମଞ୍ଚସ୍ଥ ହୋଇଯାଇଅଛି। ଅଭିନୟ ରେ ନିର୍ମଳ, କାର୍ତ୍ତିକ, ପ୍ରକାଶ, ରାଜେଶ, ଦିଗାମ୍ବର, ଦୈତାରୀ, ଆରତ, ସନ୍ତୋଷ, ମୁନା, ସଙ୍କର୍ଷଣ, ମିଲିକା, ପ୍ରଶାନ୍ତ, ସଂଗ୍ରାମ, ନିତ୍ୟାନନ୍ଦ, ପିଣ୍ଟୁ, ନଣ୍ଡଲୀ, ଚନ୍ଦନ, ଶୁଭମ, ମାମା, ଡ଼ଲି, ବର୍ଷା, ସଙ୍ଗିନୀ, କାଦମ୍ବିନୀ,ଅଭିନୟ କରିଥିଲେ। ମିଥୁନ କୁମାର ନାୟକ,ଓ ସରୋଜ ଦଳେଇ ଙ୍କ ପରିଚାଳନା ରେ ନାଟକ ମଞ୍ଚସ୍ଥ କରିଥିଲେ। ଉଦ୍ ଘାଟନ ଉତ୍ସବ ରେ ଝାରଦା ଗ୍ରାମ ସଂଗଠନ ର ସଭାପତି ଗୋବର୍ଦ୍ଧନ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରୀନାରାଣୀ ଖଟୁଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୁଖ୍ୟ ଅତିଥି, ତାପସ କୁମାର ସାହୁ ପୂର୍ବତନ ସରପଂଚ ନିହଲ ପ୍ରସାଦଗ୍ରାମ ପଞ୍ଚାୟତ,ସମ୍ବିତ କୁମାର ଓଝା, ସରପଞ୍ଚ ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ,ଶରତ ମହାନ୍ତି ସମାଜ ସେବୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାସସ୍କୃତି ର ଭୂୟସୀ ପ୍ରଶଂସା କରିଥିଲେ। ବିନାୟକ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ମଞ୍ଚ ପରିଚାଳନା କରିଥିଲେ। ନାଟକ ପ୍ରଭାତ ର ସନ୍ଧ୍ୟା ପରିବେଷଣ ପ୍ରାକ୍ତନ ସଭାପତି ମଥୁରା ବିହାରୀ ଙ୍କ ପରିଚାଳନା ରେ ହେଇଥିବା ରୁ ଶ୍ରୀ ବିହାରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନଭେମ୍ବର ମାସର ପାଞ୍ଚ ତାରିଖ ରାତିରେ ଶାନ୍ତି ଶୃଙ୍ଖଳା ରେ ଭଷାଣୀ ଉତ୍ସବ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *