ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭଦ୍ରକ ସାବରଙ୍ଗ ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ । ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ରେଡ୍ ହୋଇଛି । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଭିଏସ୍ଏସ ନଗରରେ ଥିବା ବିଲ୍ଡିଂ GL ୭୩ ପ୍ଲଟ ନମ୍ବର ୯୫୦୫ରେ ଚଢ଼ାଉ ରୁଦ୍ରପୁର ଆସୋଟେକ ପ୍ରାଇଡ଼ରେ ଥିବା ଫ୍ଲାଟରେ ଚଢ଼ାଉ ହୋଇଛି । ଭଦ୍ରକ ମଠ ସାହିରେ ଥିବା ବିଲ୍ଡିଂରେ ଚାଲିଛି ଚଢ଼ାଉ ଗୋରାମାଟି ପଞ୍ଚାୟତ ତୋରଣପଦା ସ୍ଥିତ ପୈତୃକ ଘର ଓ ଭିଏସ୍ଏସ ନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଛାପା ଉନ୍ନତି ଭବନରେ ଥିବା EICଙ୍କ ଅଫିସ ଭିତରେ ବି ଚାଲିଛି ରେଡ଼ । ୭ DSP ଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ାଉରେ ସାମିଲ ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ଦୁର୍ନୀତିଗସ୍ତ ଅଫିସରଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଉଛନ୍ତି ରାଜ୍ୟ ସରକାର ।

Punil Kumar Samanta reporter

Leave a Reply

Your email address will not be published. Required fields are marked *