ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ସଂସ୍କୃତ ଭବନରେ ଅନୁଷ୍ଠିତ ହୋଇ ଯାଇଛି
ଆଜି ଭଦ୍ରକ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ସଂସ୍କୃତ ଭବନରେ ପାଳନ କରାଯାଇଛି ଭାରତର ସ୍ବାଧୀନ ଓ ଦାୟିତ୍ବ ସମ୍ପନ୍ନ ପ୍ରେସ୍ ର ପ୍ରତୀକ ସ୍ବରୁପ ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ରେ ପାଳନ କରାଯାଏ ଜାତୀୟ ପ୍ରେସ ଦିବସ ଏହି ଶକ୍ତିଶାଳୀ ମାଧ୍ୟମ ର ମାନ ବଜାୟ ରଖିବା ଏବଂ କୌଣସି ବାହ୍ୟ ପ୍ରଭାବ ଓ ଧମକରେ ମୁଣ୍ଡ ନୁଆଁଇବା ପରିବର୍ତେ ଜନ ହିତରେ କାର୍ଯ୍ୟ କରିବାର ସ୍ବାଧୀନତା ପ୍ରେସ୍ କୁ ମିଳିଛି ପ୍ରେସ୍ ଏହି ଦାୟିତ୍ବ ସୁଚାରୁ ରୂପେ ପାଳନ କରୁଛି କି ନାହିଁ ତା’ର ତଦାରଖ ଦାୟିତ୍ବ ଭାରତୀୟ ପ୍ରେସ୍ ପରିଷଦ ବହନ କରେ ବିଶ୍ବ ରେ ଅନେକ ପ୍ରେସ୍ ବା ମିଡିଆ କାର୍ଯ୍ୟ କରୁଥିଲେ ହେଁ ଭାରତୀୟ ପ୍ରେସ୍ ପରିଷଦ ଅନନ୍ୟ ଏବଂ ଏହା ଏକ ମାତ୍ର ସଂସ୍ଥା ଯାହା ପ୍ରେସ୍ ସ୍ବାଧୀନତା ବଜାୟ ରଖିବା ଦିଗରେ ବଦ୍ଧ ପରିକର ଅତିଥି ଭାବରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଧର, ଯୋଗ ଦେଇଥିଲେ କହିଥିଲେ , ,ସମ୍ମାନିତ ଅତିଥି ବୃନ୍ଦ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଦୂର୍ଗାଶଙ୍କର ବିଶ୍ବାଳ ,ଶ୍ରୀଯୁକ୍ତ ନୀହାର ରଞ୍ଜନ ଦାସ, ଶ୍ରୀଯୁକ୍ତ ପ୍ରମୋଦ କୁମାର ରାୟ ,ଶ୍ରୀଯୁକ୍ତ ସୃତି ରଞ୍ଜନ ସାହୁ, ଶ୍ରୀଯୁକ୍ତ ଅଶୋକ କୁମାର ନାୟକ, ଶ୍ରୀଯୁକ୍ତ, ଡାକ୍ତର ହରିହର ନାୟକ, ଶ୍ରୀଯୁକ୍ତ ତପନ କୁମାର ସ୍ବାଇଁ ,ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସାମଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ ,ଶେଷ ରେ ସସ୍କୃତି ସୂଚନା ଲୋକସଂପର୍କ ବିଭାଗ ର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ବହୁ ସମ୍ବାଦିକ ଉପସ୍ଥିତ ଥିଲେ
Punil Kumar Samanta reporter
