ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ।

ଆସିକା ତା ୨୪/୧୧ : ଓଡ଼ିଶା ସରକାରଙ୍କ ନୂଆଁ ଓଡ଼ିଶା ଯୋଜନା ମୁତାବକ ଉଚ୍ଚଶିକ୍ଷା ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଚ଼ଳିତ ବର୍ଷ ନିଆରା ଢ଼ଙ୍ଗରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ଆନୁଷ୍ଠାନିକ ରୂପେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଶୁଭାରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତା ଆୟୋଜନରେ ପି.ଇ.ଟି ସନ୍ତୋଷ କୁମାର ପ୍ରଧାନ କ୍ରୀଡ଼ା ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକୁ ସଂଯୋଜନା କରିଥିଲେ ଏବଂ ମୁଖ୍ୟ ଭୂମିକା ରଖିଥିଲେ। କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ କ୍ରୀଡାପ୍ରତିଯୋଗିତାର ପାରମ୍ପାରିକ ମଶାଲ ଆସିକା କଲେଜ ଛକ ସ୍ଥିତ ମାଁ ଶିତଳାଇ ମନ୍ଦିରୁ ଏକ ଶୋଭାଯାତ୍ରା ଦ୍ବାରା କ୍ରୀଡ଼ା ପ୍ରାଙ୍ଗଣକୁ ଅଣାଯାଇଥିଲା। ଅଧ୍ୟକ୍ଷଙ୍କ ଦ୍ବାରା ସଂକଟମୋଚ଼ନଙ୍କ ବିଗ୍ରହରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।

କ୍ରୀଡା ପତ୍ତାକା ଉତ୍ତୋଳନ କରି ଅଧ୍ୟକ୍ଷ ନିଜ ସ୍ବାଗତ ଭାଷଣରେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରି ଖେଳୁଆଡ଼ ମନୋଭାବ ଦ୍ବାରା ପରସ୍ପର ମଧ୍ୟରେ ଭାତୃଭାବ ଜାଗ୍ରତ କରିବା ପାଇଁ ଆହ୍ବାନ କରିଥିଲେ। ତତ୍ପଶ୍ଚାତ କ୍ରୀଡ଼ା ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମକୁ ପର୍ଯ୍ୟାୟ ରୂପେ ତ୍ବରାନ୍ବିତ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦୌଡ଼, ଲମ୍ବ ଓ ଉଚ୍ଚ ଡିଆଁ, ସଟ୍ଫୁଟ ଓ ଡିସକସ୍ ଥ୍ରୋ, କ୍ରିକେଟ୍, କବାଡ଼ି ଆଦି ଖେଳର ପ୍ରତିଯୋଗିତାଗୁଡ଼ିକ ଦୁଇ ଦିନ ଧରି ଆୟୋଜିତ କରିବା ପାଇଁ ଯୋଜନା ରହିଛି। କ୍ରୀଡ଼ା ପ୍ରତିଯୋଗିତାର ଉପସଭାପତି ଡ. ସ୍ମିତାରାଣୀ ପଣ୍ଡା ଏବଂ ଅନ୍ୟ ସହଯୋଗୀ ଉପସଭାପତି ଅଧ୍ୟାପକ ଚ଼ିତ୍ରସେନ ବେହେରା, ଡ. ଅଜିତ୍ କୁମାର ମୁନି, ସରୋଜ କୁମାର ପଣ୍ଡା, ସହଯୋଗୀ ଉପସଭାପତି ଅଧ୍ୟାପିକା ମଞ୍ଜୁ ଡାକୁଆ, ମିନତି ବେହେରା ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଯୁବରେଡକ୍ରସ୍, ଏନଏସ୍ଏସ୍ ଓ ଏନସିସି ଏବଂ ଛାତ୍ର ସ୍ବେଚ୍ଛାସେବୀଙ୍କ ସହଭାଗିତାରେ ସମସ୍ତ କ୍ରୀଡା ପ୍ରତିଯୋଗିତାକୁ ସୂଚାରୁରୂପେ ସଂପାଦିତ କରାଯାଇଥିଲା। କୃତି ଖେଳାଳି ଓ କ୍ରୀଡାବିତ୍ ମାନଙ୍କୁ ଆନ୍ତଃବିଶ୍ବବିଦ୍ୟାଳୟ ସ୍ତରରେ ଖେଳିବା ପାଇଁ ସୁଯୋଗ ମିଳିବାର ସୂଚ଼ନା ରହିଅଛି।

Ranjan Kumar raout reporter

Leave a Reply

Your email address will not be published. Required fields are marked *