ମହାବୀରଙ୍କ ବାର୍ଷିକ ଉତ୍ସବ ଓ ଏକ ଦିନାତ୍ମକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ନୂଆପାରୀ ମଦନ ମୋହନ ମଠ ଠାରେ ମହାବୀର ଙ୍କ ବାର୍ଷିକ ଉତ୍ସବ ଓ ଏକ ଦିନାତ୍ମକ ବିଶ୍ୱ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଜଗତଗୁରୁ ରାମା ନନ୍ଦାଚର୍ୟ୍ଯ ସ୍ୱାମୀ ଅରୁପା ନନ୍ଦ ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ରେ ଆହୁତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସକାଳୁ କଳସ ପୂଜା, ସୂର୍ଯ୍ୟ ପୂଜା ଓ ଗୁରୁପୂଜା କରାଯିବା ପରେ ମହାବୀର ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବିଶ୍ୱର କଲ୍ୟାଣ ନିମନ୍ତେ ଏହି ବିଶ୍ୱଶାନ୍ତି ଆୟୋଜନ କରାଯାଇ ଥିବାର ସ୍ୱାମୀ ଅରୁପା ନନ୍ଦ କହିଛନ୍ତି ।
ଜଗତସିଂହପୁର ରୁ Rita ସାହୁ
