ଜନ୍ମାଷ୍ଟମୀର ପବିତ୍ର ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ଗୃହ ମନ୍ତ୍ରୀ

ଜନ୍ମାଷ୍ଟମୀ ଅବସରରେ ବିର୍ଲା ମନ୍ଦିରରେ ପ୍ରାର୍ଥନା କଲେ ଗୃହମନ୍ତ୍ରୀ: ଦେଶବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନାଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ସାରା ଦେଶରେ ପାଳିତ ହେଉଛି ‘ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ’ସମସ୍ତଙ୍କ ଉପରେ ରହୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ଓ ଆଶୀର୍ବାଦ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ‘ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ’ ର ଶୁଭ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଗୃହ ମନ୍ତ୍ରୀ ନୂଆଦିଲ୍ଲୀର ବିର୍ଲା ମନ୍ଦିର ପରିଦର୍ଶନ କରି ଭଗବାନ ଶ୍ରୀ କୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ ଏବଂ ସମସ୍ତ ନାଗରିକଙ୍କ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।ଶ୍ରୀ ଅମିତ ଶାହ ଏକ୍ସରେ ପୋଷ୍ଟ କରିଛନ୍ତି, “ପବିତ୍ର ପର୍ବ ‘ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ’ରେ ସମସ୍ତ ଦେଶବାସୀଙ୍କୁ ହୃଦୟରୁ ଶୁଭେଚ୍ଛା। ଧାର୍ମିକତା, ନୈତିକତା ଏବଂ ଜନକଲ୍ୟାଣର ପ୍ରତିମୂର୍ତ୍ତି ଯୋଗେଶ୍ୱର ଭଗବାନ ଶ୍ରୀ କୃଷ୍ଣ ସମସ୍ତଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ। ଜୟ ଶ୍ରୀ କୃଷ୍ଣ ” ଏକ୍ସ ଉପରେ ଅନ୍ୟ ଏକ ପୋଷ୍ଟରେ ଗୃହ ମନ୍ତ୍ରୀ କହିଛନ୍ତି, “ଜୟ ଶ୍ରୀ କୃଷ୍ଣ! ସମଗ୍ର ଦେଶ ଶ୍ରଦ୍ଧା, ଭକ୍ତି ଏବଂ ଉତ୍ସାହର ସହିତ ‘ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ’ର ପବିତ୍ର ପର୍ବ ପାଳନ କରୁଛି। ଆଜି ଏହି ପବିତ୍ର ଅବସରରେ ମୁଁ ନୂଆଦିଲ୍ଲୀର ବିର୍ଲା ମନ୍ଦିରରେ ଭଗବାନ ଶ୍ରୀ କୃଷ୍ଣଙ୍କୁ ପ୍ରାର୍ଥନା କରି ସମସ୍ତ ଦେଶବାସୀଙ୍କ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛି ।

Leave a Reply

Your email address will not be published. Required fields are marked *