ବେଳାଭୂମି ମହୋତ୍ସବ ର ଉଦଯାପନୀ, ମାଲଖମ୍ବ ନୃତ୍ୟ ରେ କମ୍ଫିଲା

ଦୁଇ ଦିନ ହେବ ଚାଲୁ ରହିଛି ଅସ୍ତରଙ୍ଗ ପୀର୍ ଜାହାନିଆ ବେଳାଭୂମି ମହୋତ୍ସବ, ଯୁବ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଧୀନ କୁମାର ନାୟକ ଙ୍କ ସଫଳ ଚେଷ୍ଟା ରେ ଆଜି ଅସ୍ତରଙ୍ଗ ମାଟିରେ ଏହି ମହୋତ୍ସବ ପ୍ରଥମ ଥର ଆରମ୍ଭ ହୋଇଛି, ଆଜି ର ଉଦଯାପନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତି ରଞ୍ଜନ ଘଡ଼ାଇ, ସମାନ୍ୱିତ ଅତିଥି ରୂପେ ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ ପ୍ରଦୀପ ଉଜ୍ୱଳନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୋକନୃତ୍ୟ ମାଲଖମ୍ବ ନୃତ୍ୟ ଦର୍ଶକ ଙ୍କ ଆକର୍ଷଣ ର ସାଜିଥିଲା କେନ୍ଦ୍ର ବିନ୍ଦୁ, ତା ସହିତ ସମ୍ବଲପୁରୀ ଲୋକ ନୃତ୍ୟ ଦର୍ଶକ ଙ୍କ ମନମୋହିଥିଲା, ଆଜି ସନ୍ଧ୍ୟା ରେ ବେଳାଭୂମି ମହୋତ୍ସବ ରେ ପାଖାପାଖି ପଚାଶହଜାର ଲୋକ ଙ୍କ ସମାଗମ ହୋଇଛି, ଦର୍ଶକ ଙ୍କ ଭିଡ଼ କୁ ଆଖି ଦୃଷ୍ଟି ରେ ରଖି ନିମାପଡା ଏସଡିପିଓ ଙ୍କ ନେତୃତ୍ୱ ରେ କାକଟପୁର ଓ ଅସ୍ତରଙ୍ଗ ପୋଲିସ ତରଫରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରାଯାଇଛି l ପରିଶେଷରେ କାର୍ଯ୍ୟକ୍ରମ ର ସମସ୍ତ କର୍ମୀ, ସାମ୍ବାଦିକ, ସ୍ଥାନୀୟ ଲୋକ, ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଧୀନ କୁମାର ନାୟକ, ଅସ୍ତରଙ୍ଗ କାକଟପୁର ଅଞ୍ଚଳ ରେ ମା ମଙ୍ଗଳା, ମା ଉକୁଳେଇ, ପାନ, ଧାନ, ମୀନ ପ୍ରଧାନ କୃଷି, ବେଳାଭୂମି କୁ ସାରା ରାଜ୍ୟ ରେ ପରିଚିତ କରେଇବା ର ମହତ ଉଧେଶ୍ୟ କେବଳ ବେଳାଭୂମି ମହୋତ୍ସବ ର ଲକ୍ଷ ବୋଲି ମନ୍ତ୍ରୀ ତଥା ମହୋତ୍ସବ ର ସଭାପତି ଶ୍ରୀଯୁକ୍ତ ବେହେରା ବାର୍ତ୍ତା ଦେଇଥିଲେ l

Leave a Reply

Your email address will not be published. Required fields are marked *