ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଉତ୍ସବ ଉଦଘାଟିତ

ରାୟଗଡା ବ୍ଲକ ଅନ୍ତର୍ଗତ କୁମୁଟିପେଣ୍ଠ ପଞ୍ଚାୟତ ସ୍ଥିତ ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଯୁବ କ୍ରୀଡା ବିଭାଗ ସହାୟତାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ରାୟଗଡା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ହର ପ୍ରସାଦ ହେପୃକା, ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସନ୍ଧ୍ୟା ରାଣୀ ପୁ ଆଲା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ କ୍ରୀଡ଼ା ସହିତ ସାଂସ୍କୃତିକ , ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି । କ୍ରୀଡା ଉତ୍ସବ ଆରମ୍ଭରେ ଛାତ୍ର ଛାତ୍ରୀମାନେ ଶ୍ରୀ ଉଗ୍ରତାରା ପୀଠରୁ ମଶାଲ ଶୋଭାଯାତ୍ରାରେ ବାହାରି କ୍ରୀଡା ସ୍ଥଳରେ ପହଞ୍ଚିଥିଲେ । ସେଠାରେ କ୍ରୀଡା ପତାକା ଉତ୍ତୋଳନ କରଯାଇଥିଲା ।ଚଳିତ ମାସ ୧୫ତାରିଖରେ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଭାକର ଦାସ କହିଛନ୍ତି । ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାସ ଅତିଥି ପରିଚୟ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲ । ବିଭିନ୍ନ ଦିବସରେ ଖୋଖୋ, କବାଡି , ବ୍ୟାଡ ମିଣ୍ଟେନ୍ , ଯୋଗ, ସଡକ ସୁରକ୍ଷା,, ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି ।ଅଧ୍ୟାପକ ଡକ୍ଟର ମୀନକେତନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା

Leave a Reply

Your email address will not be published. Required fields are marked *