ସୁନା ଝିଅ ମେହେକ ଙ୍କୁ ସମ୍ବର୍ଦ୍ଧନା।

ପୁରୀ ୨୬/୧୦ ପୁରୀ ଜିଲ୍ଲା ବଳଙ୍ଗାର ସୁନା ଝିଅ ମେହେକ ନସରିନ,ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ, ରାଜସ୍ଥାନ ର ଜୟପୁର ଠାରେଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଷଷ୍ଠ ଓପେନ ଅଥଲେଟିକ ୨୩ ବର୍ଷ ରୁ କମ ବର୍ଗ ର ଚାମ୍ପିୟନସିପ ମହିଳା ହlଇଜମ୍ପ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।ତାଙ୍କ ର ଏହି ସଫଳତା ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ତାଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ମହାନଗର ନିଗମ ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,କ୍ରୀଡା ସଂସଦର ପ୍ରାକ୍ତନ ଉପ ସଭାପତି ରାମଚନ୍ଦ୍ର ଦାସମହାପାତ୍ର, ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ମେହକ ଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।ମେହକ ପୁରୀ ତଥା ଓଡ଼ିଶା କୁ ଗୌରାବାନ୍ୱିତ କରିଥିବାରୁ ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ ଓ ଓଡିଶା ରାଜ୍ୟ ଦୌଡ଼କୁଦ ସଂଘ ତଥା କ୍ରୀଡ଼ା ସଂଗଠକ ମାନେ ତାଙ୍କ କୃତିତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ଏକ ଟ୍ରଫି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *