ପୁରୀ ରେ ଗଡିଲା ଭୋଟର ସଚେତନତା ରଥ
ପୁରୀ ରେ ଗଡିଲା ଭୋଟର ସଚେତନତା ରଥ।ଇଭିଏମ ସମ୍ପର୍କରେ କରିବ ସଚେତନ।ପୁରୀ ୧୦/୧ ଆଜି ଠାରୁ ପୁରୀ ଜିଲ୍ଲାରେ ଗଡିଛି ଭୋଟର ସଚେତନତା ରଥ।ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନ ବା ଇଭିଏମ ସମ୍ପର୍କରେ ଭୋଟର ମାନଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।ଭାରତର ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମା ଙ୍କ ପରାମର୍ଶ କ୍ରମେ ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ପରିକ୍ରମା କରି ଭୋଟର ମାନଙ୍କୁ ଭୋଟିଂ ମେସିନ ମାଧ୍ୟମରେ ମତଦାନ ସମ୍ପର୍କରେ ସଚେତନ କରାଇବ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ଉପଜିଲ୍ଲାପାଳ ତଥା ଇଲୋକ୍ଟ୍ରୋରାଲ ରେଜିଷ୍ଟ୍ରେସନ ଅଫିସର ଭବତାରଣ ସାହୁ ଏହାକୁ ପତକା ଦେଖାଇ ଉଦଘାଟନ କରିଥିଲେ।ପ୍ରତ୍ୟେକ ଟି ଭୋଟ ମୂଲ୍ୟବାନ।ମତଦାନ ଦ୍ଵାରା ଗଣତନ୍ତ୍ର ସୁଦୃଢ ହୁଏ।ତେଣୁ ନିଶ୍ଚିତ ଭାବେ ପ୍ରତ୍ୟେକ ମତଦାନ କରିବା ଉଚିତ।

ଭୋଟିଂ ମେସିନ ମାଧ୍ୟମରେ ସଠିକ ଭାବେ ମତଦାନ କରିବା ସମ୍ପର୍କରେ ଏହି ସଚେତନତା ରଥ ଭୋଟର ଙ୍କୁ ଅବଗତ କରାଇବ।ଏଥିପାଇଁ ଜିଲ୍ଲାରେ ୧୨ ଟି ରଥ ବୁଲିବ।ଅପରପକ୍ଷରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ମଧ୍ୟ ହେଲ୍ପ ଡେସ୍କ ମାଧ୍ୟମରେ ଇଭିଏମ ଭୋଟିଂ ସମ୍ପର୍କରେ ସଚେତନତା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ।ଉପଜିଲ୍ଲାପାଳ ଶ୍ରୀ ସାହୁ ଭୋଟର ବିଶେଷ କରି ନୂତନ ଭୋଟର ଓ ବୟସ୍କ ଭୋଟର ମାନେ ମତଦାନ ସମୟରେ ଯେପରି ଅସୁବିଧା ରେ ନ ପଡନ୍ତି ଓ ସଠିକ ଭାବେ ଭୋଟ ଦିଅନ୍ତି ଏହି ରଥ ସେ ସମ୍ପର୍କରେ ସେମାନ ଙ୍କୁ ସଚେତନ କରିବ।ତତସହିତ ଛାୟା ମତଦାନ ବା ମକ ପୁଲ ମାଧ୍ୟମରେ ଏହା ଭୋଟିଂ ମେସିନ ର ସଠିକତା କୁ ମଧ୍ୟ ପ୍ରଦର୍ଶନ କରିବ ବୋଲି ସେ ସୂଚନା ଦେଇଥିଲେ।ଜିଲ୍ଲାର ୧୧ ଟି ବ୍ଲକ,୩ ଟି ଏନ ଏ ସି ଓ ଗୋଟିଏ ପୌରାଞ୍ଚଳରେ ଏହି ରଥ ଭୋଟରଙ୍କୁ ସଚେତନ କରାଇବ ବୋଲି ଡେପୁଟି କଲେକ୍ଟର ନିର୍ବାଚନ ରାକେଶ କୁମାର ପଣ୍ଡା ସୂଚନା ଦେଇଥିଲେ।ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପୁରୀ ଜିଲ୍ଲାରେ ମୋଟ ଭୋଟର ଙ୍କ ସଂଖ୍ୟା ୧୩୯୦୨୮୨ ଥିବା ବେଳେ ୧୮-୧୯ ବର୍ଷ ବୟସ୍କ ନୂଆ ଭୋଟର ଙ୍କ ସଂଖ୍ୟା ୨୪୨୪୩ ରହିଛି।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ସହକାରୀ ଜିଲ୍ଲାପାଳ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ନିର୍ବାଚନ କାର୍ଯ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
