ବ୍ୟାସନଗର ପୌରପରିଷଦ ପକ୍ଷରୁ ଚୂନଭାଟି ପ୍ଲଟ ଶିବ ମନ୍ଦିରରୁ ଶୁଭାରମ୍ଭ ହେଲା ଶ୍ରୀ ମନ୍ଦିର ଅର୍ପଣ ରଥ

ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ l ଏନେଇ ଆଜି ବ୍ୟାସନଗର ପୌର ପରିଷଦ ବ୍ୟାପୀ ଆରମ୍ଭ ହୋଇଛି ଅର୍ପଣ ରଥ ପରିକ୍ରମା l ଏହିକ୍ରମର ବ୍ୟାସନଗର ପୌରପରିଷଦ ୱାର୍ଡ ନମ୍ବର ୨୫ ଚୂନଭାଟି ପ୍ଲଟ ଶିବ ମନ୍ଦିର ପରିସରରୁ ଅର୍ପଣ ରଥର ଶୁଭାରମ୍ଭ ହୋଇଛି l ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ରଥ ବାହାରିଥିଲା l ଏହି ସମୟରେ ୱାର୍ଡର ମହିଳା ତଥା ଜଗନ୍ନାଥ ପ୍ରେମୀ ମାନେ ଗାଁ ରାସ୍ତାରେ ମୁରୁଜ, ଝୋଟି ଚିତା ପକାଇ କଳସ ବସାଇ ରଥକୁ ସ୍ୱାଗତ କରିଥିଲେ l ହୁଳହୁଳି, ଶଙ୍ଖ, ଘଣ୍ଟ, ସଂକୀର୍ତ୍ତନ ତାଳେ ତାଳେ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି ଉଠିଥିଲା ସମଗ୍ର ପରିବେଶ l ରଥ ପରିକ୍ରମା ସମୟରେ ମହିଳା ମାନେ ବନ୍ଦାପନା କରିବା ସହ ହାତରେ ଅରୁଆ ଚାଉଳ, ଗୁଆ ଅର୍ପଣ କରିଥିଲେ l କାଉନସିଲର ଦିଲ୍ଲୀପ ସେଠିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ରାଉତ, ବିଭିନ୍ନ ୱାର୍ଡ କାଉନସିଲର, ପୌର ପରିଷଦର ଅଧିକାରୀ, କର୍ମଚାରୀ ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇ ପ୍ରତ୍ୟେକ ଘରୁଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯାଇଛି lଯା

ଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *