ଜନ ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ ଜିଲ୍ଲା ବାଲିଗୁଡା  – ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି lବନାଗ୍ନୀ ରୋକିବା କୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ ବାଲିଗୁଡ଼ା ଡି ଏଫ୍ ଓ ଙ୍କ ନିର୍ଦ୍ଦେଶ କ୍ରମେ lବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ସୁଡ୍ରା ସେକ୍ସନ ଠାରେ ବନ ପାଳ ଟି କେଶ୍ୱର ବେହେରା ବନରକ୍ଷୀ ସଞ୍ଜୀବ କୁମାର ବିଶୀମଝି ବନ ରକ୍ଷୀ ସୁଜାତା ସାହୁ ସନ୍ଦୀପ କୁମାର ଦାସ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଡ୍ରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ ବିଭାଗ କାର୍ଯ୍ୟାଳୟ ନିକଟ ରେ ରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ରୁ ନିବୃତ ବେ ଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥିଭାବେ ବାଲିଗୁଡ଼ା ଡିଭିଜନ ଅଫିସ ର ଏ ସି ଏଫ୍ ପ୍ରଫୁଲ୍ଲ ମଲିକ ସମ୍ମାନୀତ ଅତିଥି ଭାବେ ଅତୁଲ୍ୟ କୁମାର ମହାନ୍ତି ସରପଂଚ ସରୋଜିନୀ ମଲିକ ଯୋଗ ଦେଉଥିବା ବେଳେ ସମସ୍ତ ଶ୍ୱୟ ସହାୟିକା ଗୋଷ୍ଠି ୱାଡ ମେମ୍ବର ଉଚ୍ଚ ବିଦ୍ୟାଳୟ ଆଶ୍ରମ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଅନ୍ତେବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ll ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି  ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l

କାର୍ଯ୍ୟକ୍ରମ ରେ ଫାୟାର ସ୍କାର୍ଡ ସହଯୋଗ କରିଥିଲେ l ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରଚିତ ପଥପ୍ରନ୍ତ ନାଟକ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାର ମାନେ  ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମ ରେ ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ବନ୍ୟପ୍ରାଣୀ ସୁରକ୍ଷା ବୃକ୍ଷ ରୋପଣ ଉପରେ ସଚେତନତା ସୃଷ୍ଟି କରିଥିଲେ l ବାଦ୍ୟ ଯନ୍ତ୍ର ରେ ସଚିଦା ନନ୍ଦ ପାତ୍ର ଗୀତ ସଙ୍ଗୀତ ରେ ଅଶୋକ ଦଣ୍ଡସେନା ପରିଚାଳନା କରିଥିବା ବେଳେ ବିଭିନ୍ନ ଭୂମିକାରେ ବୁନା ଗାୟତ୍ରୀ ବିକାଶ ଅକ୍ଷୟ ଅଭିନୟ କରିଥିଲେ l ଅନୁଷ୍ଠାନ ର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ଜଗନ୍ନାଥ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *