ବିଜେପି ଓ ବି ସି ଜିଲ୍ଲା କାର୍ଯ୍ୟକାରିଣି ଙ୍କ ଦ୍ୱାରା ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନା ନମୋ ଆପ ଯୋଜନା ବୈଠକ ଅନୁଷ୍ଠିତ

, ରାଇକିଆ,13/1/24 କନ୍ଧମାଳ ଜିଲ୍ଲା ରାଇକିଆ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଅଛି.।ଏଥିରେ ଓଡିଶା ପ୍ରଦେଶ ର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ର ସଂଯୋଜକ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି,ଓ ବି ସି ମୋର୍ଚା ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁରଥ ବିଶ୍ୱାଳ, ଉପ ସଭାନେତ୍ରୀ ଲେଖାଶ୍ରୀ ସାମାନ୍ତାସିଂହାର, ବିଶ୍ୱକର୍ମା ଯୋଜନା ର ଜୋନ ସଂଯୋଜକ ରବୀନ୍ଦ୍ର ମହାରଣା, ଅରୁଣ ନାୟକ,କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନାଥ ସାହୁ,ଓ କନ୍ଧମାଳ ଜିଲ୍ଲା ଓ ବି ସି ମୋର୍ଚା ର ଜିଲ୍ଲା ସଭାପତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।ଆଜିର କାର୍ଯ୍ୟକ୍ରମ ରେ ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନା ର କିଭଳି ସଫଳ ରୁପା୍ୟାନ ହୋଇ ପାରିବ ପ୍ରତ୍ୟେକ ଗ୍ରାମାଞ୍ଚଳ ର ପ୍ରତ୍ୟେକ ବୂଥ ସ୍ତର ରୁ ମଣ୍ଡଳ ସ୍ତର ପର୍ଯ୍ୟନ୍ତ ହିତାଧିକାରୀ କିଭଳି ସୁରୁଖୁରୁରେ ଯୋଜନା ର ଲାଭ ନେଇ ପାରିବେ ତାହା ଉପରେ ଆଲୋକପାତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମହିଳା ମୋର୍ଚା, କୃଷକ ମୋର୍ଚା, ଆଦିବାସୀ ମୋର୍ଚା,ହରିଜନ ମୋର୍ଚା ଓ ଯୁବ ମୋର୍ଚା ସଭାପତି ଓ ପ୍ରତ୍ୟେକ ମଣ୍ଡଳ ର ସଭାପତି ସମ୍ପାଦକ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଜିଲ୍ଲା ଓ ବି ସି ମୋର୍ଚ୍ଚାର ସମସ୍ତ ସଦସ୍ୟ ବିଶ୍ୱକର୍ମା ଯୋଜନା ର ସମସ୍ତ ମଣ୍ଡଳ ସଂଯୋଜକ ସହ ସଂଯୋଜକ ନମୋ ଆପ ର ସଂଯୋଜକ ସହ ସଂଯୋଜକ ଓ ବିଶ୍ୱକର୍ମା ଯୋଜନା ର ବିଧାନସଭା ସ୍ତରୀୟ ସଂଯୋଜକ ଓ ସହ ସଂଯୋଜକ ଙ୍କ ସହିତ ଜିଲ୍ଲା ର ସମସ୍ତ ବିଜେପି କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଇକିଆ ମଣ୍ଡଳ ସଭାପତି ନାରାୟଣ ପାତ୍ର ପରିଚାକୁଳାନା କରିଥିଲେ।

Leave a Reply

Your email address will not be published. Required fields are marked *