ନୁଆ – ଓ – ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ନୁଆ – ଓ – ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ।ରାଇକିଆ, ଆପ୍ର ,,- କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଶୁକ୍ରବାର ସମନ୍ଵିତ ଯୁବ ବିକାଶ ଯୋଜନା ରେ ବ୍ଲକ୍ ସ୍ତରୀୟ ନୁଆ – ଓଡିଶା ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବ୍ଲକ ର ବିଭିନ୍ନ ପଂଚାୟତ ରୁ ୧୭୦୦ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିବା ବେଳେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ବିଡ଼ିଓ ସୀମାଞ୍ଚଳ ମଣ୍ଡଳ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହିତ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗୀତା ରେ ହକି, କ୍ରିକେଟ, ଫୁଟବଲ୍, ଖୋ ଖୋ, କବାଡି ଭଳି ପ୍ରତିଯୋଗୀତା କୁ ସାମିଲ କରାଯାଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟ ରେ ଚାରି ଦିନ ଧରି ଅନୁଷ୍ଠିତ ହେବ । ବ୍ଲକ୍ ର ବିଭିନ୍ନ ହାଇସ୍କୁଲ୍ ର କ୍ରୀଡା ଶିକ୍ଷୟତ୍ରୀ ଓ ଶିକ୍ଷକ ମାନେ ସମସ୍ତ ପ୍ରତିଯୋଗୀତା ପରିଚାଳନା କରିଥିଲେ । ପଂଚାୟତ ସମିତି ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ସହଯୋଗ କରିଥିଲେ ।
