ନାଉଗାଁ ସ୍ଥିତ ବିପିନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ ଜୁବୁଲି ଉଦଯାପିତ
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ବିପିନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସମାରୋହ ଉଦଯାପିତ ହୋଇଯାଇଛି । ପୂର୍ବତନ ବିଧାୟକ ଜ୍ୟୋତିଷ ଦାସଙ୍କ ଅଧ୍ୟକ୍ଷତାରେ ଏହି ଉଦଯାପନି ସମାରୋହରେ ଆୟୋଜିତ ମୁଖ୍ୟ ଅତିଥି ଭାବେ ବାଲିଘାଇ ସ୍ଥିତ ଆନ୍ତଜାତୀୟ କ୍ରିୟାଯୋଗୀ ପରମହଂସ ସ୍ୱାମୀ ପ୍ରଜ୍ଞାନନ୍ଦଜୀ ଙ୍କ ସହିତ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ଶାମଲ, ପ୍ରଫେସର ଗୋବିନ୍ଦ ଭୁଇଁଆ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁଲୋଚନା ଦାସ, ସରୋଜ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଗ୍ରାମାଞ୍ଚଳରେ ଶିକ୍ଷା ର ବିକାଶ ଉପରେ ବିଶେଷ ଆଲୋଚନା କରିଥିଲେ । ଏହା ସହିତ ବିଦ୍ୟାଳୟର ଉତ୍ତୋରତର ଉନ୍ନତି କାମନା କରିଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପୁରାତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଜଗତସିଂହପୁର ରୁ Ritaସାହୁ
