ବାଲିଗୁଡା ଦଣ୍ଡପଦର ସ୍ଥିତ ସିଟି ସ୍କୁଲ ଛକ ନିକଟରେ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା
lକନ୍ଧମାଳ ଜିଲ୍ଲା ବାଲିଗୁଡା 59 ନାମ୍ବର ଜାତୀୟ ରାଜପଥ ଦଣ୍ଡପଦର ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।ଦୁର୍ଘଟଣା ରେ ଅଟୋ ଚାଳକ ସମେତ ବାଇକ ରେ ବସିଥିବା ଦୁଇ ଯୁବକ ଗୁରୁତର l ଗୁରୁତର ତିନି ଜଣ ଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଜଣଙ୍କୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁଯାୟୀ ବାଲିଗୁଡା ରୁ ଅଟୋ ଟି କ.ନୂଆଗାଁ ରୁ ବାଲିଗୁଡା ଆସୁଥିବା ସମୟରେ ବିପରୀତ ଦିଗ ରୁ ମହାସିଙ୍ଗ କୁ ଯାଉଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ତିନି ଗୁରୁତର ଙ୍କ ମଧ୍ୟରେ ବାଇକ ରେ ବସିଥିବା ଦୁଇ ଜଣ ମହାସିଙ୍ଗି ଅଂଚଳ ର ହୋଇଥିବା ବେଳେ ଅଟୋ ଚାଳକ ଜଣକ ବାଲିଗୁଡା ଦଣ୍ଡ ପଦର ଅଂଚଳ ର ବୋଲି ଜଣା ପଡିଛି l ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।
