ମା କାଳିଜାଇଙ୍କ ପୀଠରେ ମକର ମେଳା

. ଚିଲିକା,15/01ପବିତ୍ର ମକର ସଂକ୍ରାନ୍ତି ଅବସରରେ କୃଷ୍ଣପ୍ରସାଦଗଡ଼ର ଆରାଧ୍ୟା ଦେବୀ,ନୀଳାମ୍ବୁ ଚିଲିକା ମଧ୍ୟରେ ପୂଜିତା ମା’ ଭଗବତୀଙ୍କ ପୂର୍ବଦିଗରକ୍ଷାକାରିଣୀ ସାନ ଭଉଣୀମା’ କାଳିଜାଇ ଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା ।ଏସିଆ ମୋହା ଦେଶର ସର୍ବ ବୃହତମ ଲୁଣି ହ୍ରଦ ହେଉଛି ଚିଲିକା, ଏହି ହ୍ରଦରେ ଏକ ଛୋଟ ଦୀପ ପାହାଡ଼ ଅଛି l ସେହି ପାହାଡ଼ରେ ମା କାଳିଜାଇ ମନ୍ଦିର 1717 ମସିହାରୁ ପାରିକୁଦ ରାଜା ଙ୍କ ଦ୍ଵାରା ନିର୍ମିତ ହୋଇଅଛି l ସେହି ଦିନ ଠାରୁ ମା କାଳିଜାଇ ଙ୍କ ପୀଠରେ ପ୍ରତି ବର୍ଷ ମକର ମେଳା ଅନୁଷ୍ଠିତ ହୋଇଆସୁଅଛି l ବହୁ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଆସିଥାନ୍ତୁ ଏହି ମକର ମେଳା ଦେଖିବା ପାଇଁ, ପରମ୍ପରା କ୍ରମେ କାହିଁ କେଉଁ କାଳରୁ ଅନୁଷ୍ଠିତ ଏହି ମେଳାରେ ଯୋଗ ଦେବାପାଇଁ ପବିତ୍ର ମାସନ୍ତତିଥିରେ ମା’ କାଳିଜାଇ ବଡ ଭଉଣୀ ମା’ ଭଗବତୀଙ୍କୁ ନିମନ୍ତ୍ରଣ କରିବାକୁ ପାନ ଗୁଆ ମହାପ୍ରସାଦ ନଡ଼ିଆ ପଇତା , ପୁଷ୍ପଚନ୍ଦନ ସହିତ ଶାଢି ଚୁଡି ସିନ୍ଦୁର ଗଡ଼ର ରାଜଗୁରୁଙ୍କ ହାତରେ ପଠାଇଥିଲେ।ଭଉଣୀର ନିମନ୍ତ୍ରଣ ସ୍ଵୀକର କରି ମା’ ଭଗବତୀ ନିଜର ଆଜ୍ଞାମାଳ ସହ ସାନ ଭଉଣୀ ପାଇଁ ଶାଢି ଚୁଡି ସିନ୍ଦୁର ଅଳତା ସହିତ ମନ୍ଦାରମାଳ ନଡ଼ିଆ ଗଜାମୁଆଁ କାଠିନାହାକ ଗଣେଶ ନାୟକ, ହାତରେ ଭଉଣୀ ଘରକୁ ପଠାଇଥିଲେ ।

ମା’ କାଳିଜାଇ ଓ ମା’ ଭଗବତୀଙ୍କ ଆଦ୍ୟସେବକ କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂ ମର୍ଦ୍ଦରାଜ ହରିଶ୍ଚନ୍ଦ୍ର ମାଙ୍କ ତରଫରୁ ନିମନ୍ତ୍ରଣ ପଠାଇଥିବାବେଳେ ଶ୍ରୀ ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ନିମନ୍ତ୍ରଣକୁ ଗ୍ରହଣ କରି ମା’ ଭଗବତୀଙ୍କ ଠାରୁ ଆଜ୍ଞାମାଳ ପ୍ରେରଣ କରିଥିଲେ । ପ୍ରକାଶ ଥାଉକି ଦୁଇ ପ୍ରସିଦ୍ଧ ଶକ୍ତିପୀଠର ଆରାଧ୍ୟା ଦୁଇ ଭଉଣୀଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ପର୍ବପର୍ବାଣୀଜାନିଯାତ୍ରାରେ ନିମନ୍ତ୍ରଣ ଦିଆନିଆ,ଅସୀମ ସ୍ନେହ ଶ୍ରଦ୍ଧାର ସଂପର୍କ, ପ୍ରାଚୀନ ଉତ୍କଳୀୟ ଶକ୍ତି ଉପାସନାର ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।ମା’ଭଗବତୀ ମଧ୍ୟ ଭାଦ୍ରବ ଶୁକ୍ଳ ଲଳିତା ସପ୍ତମୀରେ ଶାରଦୀୟ ପର୍ବରେ ଯୋଗଦାନ ପାଇଁ ମା କାଳିଜାଇ ଙ୍କୁ ନିମନ୍ତ୍ରଣ ଧରି ଚିଲିକାକୁ ନୌବିହାର କରିବାକୁ ଯାଇ ମା’ଙ୍କ ଆଜ୍ଞାମାଳ ଧରି ଆସିଥାନ୍ତି। ରାଜାଙ୍କ ରାଜଗୁରୁ, ମନ୍ଦିର ପରିଛା ସଆନ୍ତ ବିନାୟକ ମହାପାତ୍ର,ପାଳିଆ ମାଳି ମୁନାନାୟକ , ମନ୍ଦିର ପ୍ରତିନିଧି ନବ ପ୍ରଧାନ,ସେ ବାୟତ ସୁଧାକର ଭୋପା, ସହଦେବ ନାୟକ, ସୁକାନ୍ତନାୟକ, କମଳ ମିଶ୍ର,ମଶାଲତି ନାରଣ ବାରିକ ଏହି ପବିତ୍ର ଦେବ କାର୍ଯ୍ୟରେ ସହଯୋଗ କରିଥିଲେ । ମା କାଳିଜାଇ ମର୍ଟର ବୋଟ ଆସୋସିଏସନ, କିଛି ସୋଛାସେବୀ ଏବଂ ପୋଲିସ ପ୍ରଶାସନ ର ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି ମକର ମେଳା l

ଚିଲିକା ବାଲୁଗାଁ ରୁ ବିରଞ୍ଚି ନାରାୟଣ ପ୍ରଧାନ

Leave a Reply

Your email address will not be published. Required fields are marked *