ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳି ଠାରେ ରେଙ୍ଗାଳି ବାମ ବନ୍ଧ କେନାଲ ବିଭାଜନ ପକ୍ଷରୁ ଚାଷୀ ଭାଇ ମାନଙ୍କୁ ନେଇ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷାନଗର ରେଙ୍ଗାଳି ବାମ ପାର୍ଶ୍ୱ କେନାଲର ଅଧିକ୍ଷଣ ଯନ୍ତ୍ରୀ ଅମୀୟ କୁମାର ସାମଲଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ମାନ୍ୟବର ଖଣି,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ ଏବଂ ପରଜଙ୍ଗ ଓ କାମାକ୍ଷାନଗରର ଜିଲ୍ଲା ପରିଷଦ ସଭ୍ୟ ଏବଂ ସଭ୍ୟା ମାନେ ଯୋଗଦାନ କରିଥିଲେ। କୃଷି ଓ କୃଷକ ପାଇଁ ଏହାର ଉପଯୋଗୀତା ଏବଂ କୃଷକ ଭାଇର ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ସଚେତନତା ପାଇଁ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସଫଳ ଚାଷୀ ଓ ଶ୍ରେଷ୍ଠ ପାଣି ପଞ୍ଚାୟତକୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।
