ବ୍ୟାସନଗର ପୌରପରିଷଦ ପକ୍ଷରୁ ୱାର୍ଡ ନମ୍ବର ୧୫ ମଙ୍ଗଳା ମନ୍ଦିରରୁ ଜୟ ଜଗନ୍ନାଥ ଅର୍ପଣ ରଥକୁ ଶୁଭାରମ୍ଭ କଲେ ବିଧାୟକ

ବ୍ୟାସନଗର ପୌର ପରିଷଦ ପକ୍ଷରୁ ଶେଷଦିନରେ ଆରମ୍ଭ ହୋଇଛି ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା l ଏହିକ୍ରମରେ ବ୍ୟାସନଗର ପୌରପରିଷଦ ୱାର୍ଡ ନମ୍ବର ୧୫ ମଙ୍ଗଳା ମନ୍ଦିର ପରିସରରୁ ଅର୍ପଣ ରଥର ଶୁଭାରମ୍ଭ ହୋଇଛି l ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ରଥ ବାହାରିଥିଲା l ଏହି ସମୟରେ ୱାର୍ଡର ମହିଳା ତଥା ଜଗନ୍ନାଥ ପ୍ରେମୀ ମାନେ ଗାଁ ରାସ୍ତାରେ ମୁରୁଜ, ଝୋଟି ଚିତା ପକାଇ କଳସ ବସାଇ ରଥକୁ ସ୍ୱାଗତ କରିଥିଲେ l ରଥ ପରିକ୍ରମା ସମୟରେ ମହିଳା ମାନେ ବନ୍ଦାପନା କରିବା ସହ ହାତରେ ଅରୁଆ ଚାଉଳ, ଗୁଆ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଅଶୋକ କୁମାର ବଳ, ପୌର ପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ରାଉତ, ବିଭିନ୍ନ ୱାର୍ଡ କାଉନସିଲ ଓ ପୌର ପରିଷଦର ଅଧିକାରୀ, କର୍ମଚାରୀ ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇଥିଲେ l ଆଜି ବିଧାୟକ ଶ୍ରୀ ବଳ ଓ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ପ୍ରତ୍ୟେକ ଘରୁଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ପ୍ରଚାର ପ୍ରସାର କରିଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *