ନୂଆ-ଓ, ଓଡିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବ

ଆସିକା ତା ୧୬/୧- ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଓ ଜଗନ୍ନାଥ ସସ୍କୃତିର ପରିଚ଼ୟକୁ ଜନାଦୃତ କରିବା ପାଇଁ ଓଡ଼ିଶା ସରକାରଙ୍କ ଅଭିନବ ପ୍ରାୟୋଜିତ କାର୍ଯ୍ୟକ୍ରମ “ନୂଆ-ଓ, ଓଡିଆ ସାହିତ୍ୟ ପ୍ରତିଯୋଗିତା”ର ସ୍ବତନ୍ତ୍ର ଉଦ୍ଘାଟନୀ ଉତ୍ସବ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନିଷ୍ଠାନିକ ରୂପେ ପାଳିତ ହୋଅଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ବ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉକ୍ତ କଲେଜ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ଡ.ପ୍ରସନ୍ନ କୁମାର ପ୍ରଧାନ ମୁଖ୍ୟ ବକ୍ତା ରୂପେ ଉପସ୍ଥିତ ଥିଲେ। ଅଧ୍ୟାପକ ସରୋଜ କୁମାର ପଣ୍ଡା ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରି ମଞ୍ଚାସୀନ କରିଥିଲେ। ଯୁକ୍ତ ଦୁଇ ନୂଆ-ଓ ନୋଡାଲ ଅଫିସର ଡ଼. ସ୍ମିତାରାଣୀ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆଧ୍ୟାତ୍ମବାଦୀ ସଚ଼େତକ ଧନଞ୍ଜୟ ମହାପାତ୍ରଙ୍କ ବେଦମନ୍ତ୍ର ଧ୍ବନୀରେ ପ୍ରଭୁ ଜଗନ୍ନାଥଙ୍କ ସମେତ ଚତୁଃର୍ଦ୍ଦା ମୂର୍ତ୍ତିଙ୍କ ପଦାର୍ବିନ୍ଦରେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ଅଜିତ୍ କୁମାର ମୁନୀ ଅତିଥି ପରିଚ଼ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ଏବଂ କାର୍ଯ୍ୟକାରୀ ସଦସ୍ୟ ଅଧ୍ୟାପିକା ଡ. ସସ୍ମିତା ପାତ୍ର, ରଶ୍ମିପ୍ରିୟା କାଲୋ, ଅଧ୍ୟାପକ ଚିତ୍ରସେନ ବେହେରା, ପ୍ରିୟବ୍ରତ ପ୍ରଧାନ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷା ସାହିତ୍ୟକୁ ଜଗନ୍ନାଥ ସସ୍କୃତି ସହିତ ସଂସ୍ଳିଷ୍ଟ କରିବା ଏବଂ ଛାତ୍ରଛାତ୍ରୀଙ୍କ ହୃଦୟରେ ଓଡ଼ିଆ ଭାଷା ଏବଂ ଜଗନ୍ନାଥ ସସ୍କୃତି ପ୍ରତି ଅସୀମ ଅନୁରାଗ ଓ ଭକ୍ତିର ଜାଗରଣ ସୃଷ୍ଟି କରିବା। ସେଥି ପାଇଁ ଓଡ଼ିଶା ସରକାର ବିଶ୍ବ ଭାଷା ସମ୍ମଳନୀ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଆୟୋଜନ କରିଛନ୍ତି।

ମୁଖ୍ୟ ଅତିଥି ପ୍ରଫେସର ପଣ୍ଡା ଓଡ଼ିଆ ଭାଷାକୁ ଅନ୍ତରର ସହ ଭଲ ପାଇବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିବା ବେଳେ ମୁଖ୍ୟବକ୍ତା ପ୍ରଫେସର ପ୍ରଧାନ ଅନୁରୂପ ମନ୍ତବ୍ୟ ସହ ଓଡ଼ିଆ ଜାତିର ମୌଡ଼ମଣି ଶ୍ରୀ ଜଗନ୍ନାଥ ଏବଂ ଜଗନ୍ନାଥ ସଂସ୍କୃତିର ମହନୀୟତାକୁ ଆବୋରୀ ନେବା ପାଇଁ କହିଥିଲେ। ନୋଡାଲ୍ ଅଫିସର ଓ ପ୍ରାଧ୍ୟାପିକା ଡ. ପଣ୍ଡା ଓଡ଼ିଆ ଭାଷା ସାହିତ୍ୟର ସୃଷ୍ଟି ଓ ଇତିହାସକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ। ମନୁଷ୍ୟ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜଗନ୍ନାଥ ସସ୍କୃତି କପରି ଜର୍ଜରିତ ହୋଇ ରହିଛି ତାହାର ନିତ୍ସକ ଅଭିବ୍ୟକ୍ତି ପ୍ରତିପାଦନ କରିଥିଲେ କାର୍ଯ୍ୟକାରିଣି ସଦସ୍ୟା ଡ. ପାତ୍ର। ଓଡ଼ିଆ କବିତା, ଗଳ୍ପ, ସ୍ଳୋଗାନ, ହସ୍ତାକ୍ଷର ଲେଖନ ଏବଂ କବିତା ପାଠ, ପ୍ରଶ୍ନୋତ୍ତରୀ, ଭଜନ, ଏକକ ଅଭିନୟ, ଲୋକନୃତ୍ୟ, ସାହିତ୍ୟ ଓ ଚ଼ଳଚିତ୍ର ପ୍ରଦର୍ଶନୀ ଓ ଆଲୋଚ଼ନା ଚ଼କ୍ର ପ୍ରତିଯୋଗିତା ଗୁଡିକୁ ଛାତ୍ରଛାତ୍ରୀଙ୍କ ନିକଟରେ ଓଡ଼ିଆ ଭାଷା ପ୍ରେମ ତଥା ଜଗନ୍ନାଥ ସସ୍କୃତିର ମହନୀୟତାକୁ ଇଦ୍ଜୀବିତ କରିବା ପାଇଁ ଜାନୁୟାରୀ ୧୬ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଗୁଡିକୁ ଆୟୋଜନ କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ, କର୍ମଚାରୀ ଏବଂ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଡ. ମୁନୀଙ୍କ ପଗଲ୍ଭ ବ୍ୟକ୍ତବ୍ୟ ଏବଂ ଧନ୍ୟବାଦ୍ ଅର୍ପଣ ମଧ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା।

Leave a Reply

Your email address will not be published. Required fields are marked *