ଓଡ଼ିଶା ଲଳିତ କଳା ଏକାଡେମି ଦ୍ଵାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚିତ୍ରକଳା ଶିବିର
—ପୁରୀ,୧୬/୦୧-ଓଡ଼ିଶା ଲଳିତ କଳା ଏକାଡେମି,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ ଶ୍ରୀମନ୍ଦିର ପ୍ରଶାସନ ସହଯୋଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଉଦ୍ଘାଟିତ ହୋଇଯାଇଛି ଏକ ଦିନିକିଆ ଚିତ୍ରକଳା ଶିବିର।ଶିବିରକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ,ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ଏକାଡେମିର ସଭାପତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ଶ୍ରୀମନ୍ଦିର ପ୍ରଶାସନର ସଦସ୍ୟ ମାନେ ଉଦ୍ଘାଟନ କରିଥିଲେ।ଉକ୍ତ ଶିବିରରେ ୨୦ ଜଣ ଶିଳ୍ପୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ଓ ପରିକ୍ରମା ପ୍ରକଳ୍ପର ସୁନ୍ଦର ସୁନ୍ଦର ଚିତ୍ରମାନ ଅଙ୍କନ କରିଥିଲେ ଯାହାକି ଭକ୍ତ ଓ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା।

ଶିଳ୍ପୀ ଚନ୍ଦ୍ରଶେଖର ମହାରଣା,ଦେବେନ୍ଦ୍ର ଦାସ,ରାଜୀବ କୁମାର ଦେ,ପ୍ରଦୀପ ପାଣ୍ଡେ,ପ୍ରବାଲ ମଲ୍ଲିକ,ସନ୍ତୋଷ କୁମାର ମହାରଣା,ଲକ୍ଷ୍ମଣ ନାୟକ, ବିଦ୍ଦ୍ୟୁତ ଲତା ପାଟସାଣି,ପ୍ରଦୀପ୍ତ ଷେଣ୍ଢ, ଜନାର୍ଦ୍ଦନ ପରମଗୁରୁ ,ପ୍ରଶାନ୍ତ କୁମାର ସାହୁ, ନିରୋଦ ନଳିନୀ ବେହେରା ଓ ରଘୁନାଥ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ପ୍ରାରମ୍ଭରେ ଏକାଡେମିର ସଚିବ ପଞ୍ଚାନନ ସାମଲ ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଶିବିରର ଆଭିମୁଖ୍ୟ ବିଷୟରେ କହିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଏକାଡେମିର କର୍ମକର୍ତ୍ତା ମାନେ ଶିବିର ପରିଚାଳନା କରିଥିଲେ।ଜାନୁଆରୀ ୧୭ ରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳନ ଅବସରରେ ଏହାର ପ୍ରଦର୍ଶନୀ ଆୟୋଜିତ ହେବ।
