କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନୂଆ ଅନ୍ତେଇ ଗ୍ରାମବାସୀ ଙ୍କ ଘର ପଟ୍ଟା,ଜମି ପଟ୍ଟା ପାଇଁ ଦାବି ପତ୍ର ପ୍ରଦାନ
କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନୂଆ ଅନ୍ତେଇ ଗ୍ରାମବାସୀ ଙ୍କ ଘର ପଟ୍ଟା,ଜମି ପଟ୍ଟା ପାଇଁ ଦାବି ପତ୍ର ପ୍ରଦାନ।ବ୍ରହ୍ମପୁର, କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ତେଇ ପଞ୍ଚାୟତ ର ନୂଆ ଅନ୍ତେଇ ଗ୍ରାମବାସୀ ଙ୍କ ଘର ପଟ୍ଟା ଓ ଜମି ପଟ୍ଟା ପାଇଁ ଦାବି ପତ୍ର ପ୍ରଦାନ କରିବା ପାଇଁ ଗଣ ଧାରଣା ଦେଇଥିଲେ। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ 30 ,40 ବର୍ଷ ହେବ ଆମେ ବସ ବାସ ଏଠାରେ କରୁଛୁ କିନ୍ତୁ ଆଜି ପର୍ଯ୍ୟନ୍ତ ଆମକୁ ଘର ପଟ୍ଟା ଓ ଜମି ପଟ୍ଟା ଦିଆଯାଇନାହିଁ।ଯାହାକି ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଧାନ ବିକ୍ରି ସମୟରେ ଧାନ ମଣ୍ଡି ରେ ରେଜିଷ୍ଟ୍ରେସନ୍ ହୋଇପାରୁନାହିଁ।ତହସିଲଦାର ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ଯେ ଆମକୁ ଘର ପଟ୍ଟା ଓ ଜମି ପଟ୍ଟା ତୁରନ୍ତ ପ୍ରଦାନ ନକଲେ ଗ୍ରାମବାସୀ ମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଉତ୍ତମ ପାଣିଗ୍ରାହୀ ଗଣ ମାଧ୍ୟମରେ ମତ ପ୍ରକାଶ କରିଛନ୍ତି।
