LED PROJECTOR ରେ ଲାଇଭ ଟେଲିକାଷ୍ଟ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ପୌର ପରିଷଦ ତରଫରୁ ହାଭେଳି ପଡିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ର LED PROJECTOR ରେ ଲାଇଭ ଟେଲିକାଷ୍ଟ ହୋଇଯାଇଛି। ଏଥିସହିତ ଲୋକ ଙ୍କ ମନୋରଞ୍ଜନ ପାଇଁ ଓଡିଶା ନୃତ୍ୟ ଏବଂ ମେଲୋଡି ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ପଡ଼ିଆରେ ତିନି ହଜାର ରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା । ସିଧା ପୁରୀରୁ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ସୁଯୋଗ ପାଇ ଥିବା ରୁ ଭକ୍ତମାନେ ଆନନ୍ଦିତ ହୋଇଥିଲେ। ସେମାନଙ୍କ ପାଇଁ ବସିବା ଏବଂ ଖାଇବା ବ୍ୟବସ୍ଥା ରହିଥିଲା। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର , ମାନନୀୟା ଅଧ୍ୟକ୍ଷା, ପୌର ପରିଷଦ ଖୋର୍ଦ୍ଧା,କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ, ପୌର ପରିଷଦ ଖୋର୍ଦ୍ଧା, ସୂର୍ଯ୍ୟ ରଞ୍ଜନ ମହାନ୍ତି ଏବଂ ଅନ୍ୟାନ୍ୟ ସମ୍ମାନନୀୟ ବ୍ୟକ୍ତି, ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *