ନୂଆ-ଓ କ୍ରୀଡା ଉତ୍ସବ ଅନୁଷ୍ଠିତ
ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା ତଥା ନୂଆ-ଓ କ୍ରୀଡା ଉତ୍ସବ ଅନୁଷ୍ଠିତ-ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ତ୍ଯାରେ ଜିଲ୍ଲା ସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା ତଥା ନୂଆ-ଓ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ ପଟାୱାରୀ ଙ୍କ ଜିଲ୍ଲା କ୍ରୀଡା ବିଭାଗ ର ସମସ୍ତ ଅଧିକାରୀ ମାନେ ଯୋଗ ଦେଇ ଏହି କ୍ରୀଡା ଉତ୍ସବ କୁ ଉଦଘାଟନ କରିଥିଲେ । 3 ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡା ଉତ୍ସବରେ ଖୋ ଖୋ, କବାଡି, ଭଳିବଲ ଆଦି ବିଭିନ୍ନ ଖେଳ ର ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବରେ ଯେଉଁ ପ୍ରତିଯୋଗି ମାନେ ଭଲ ପ୍ରଦର୍ଶନ କରିବେ ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ତେବେ ରାଜ୍ୟ ସରକାରଙ୍କ ଏହି ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ କ୍ରୀଡା ଉତ୍ସବ ଦ୍ୱାରା ଯୁବକ ଯୁବତୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭାର ପରିସ୍ପୁଟନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ରାଜ୍ୟ ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନେ ନୃତ୍ୟ,ସଙ୍ଗୀତ, ଚିତ୍ରକଳା,କ୍ରୀଡା, ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ଆଗକୁ ଯାଇପାରିବେ ବୋଲି ଅତିଥି ମାନେ କହିଥିଲେ ।
ଜଗତସିଂହପୁର ରୁ Ritaସାହୁ reporter
