କେସିଙ୍ଗା ରେ ଅର୍ପଣ ରଥ କୁ ଜୋରଦାର ସ୍ଵାଗତ
କେସିଙ୍ଗା ରେ ଅର୍ପଣ ରଥ କୁ ଜୋରଦାର ସ୍ଵାଗତ ।କେସିଙ୍ଗା ୧୭/୧କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ରେ ଗତ ପାଞ୍ଚ ଦିନ ଧରି ସହର ର ବିଭିନ୍ନ ୱାର୍ଡ ରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଓ ପୂଜାର୍ଚ୍ଚନା କରାଯାଇ ମହାପ୍ରଭୁ ଙ୍କ ପାଇଁ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି । ରଥ ପହଞ୍ଚିଥିଲା ପରେ ୱାର୍ଡ ନମ୍ବର ୧ ରୁ ୧୨ ନମ୍ୱର ୱାର୍ଡ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ରଥ ସହର ର ବିଭିନ୍ନ ଗଳି କନ୍ଦି ବୁଲି ଲୋକଙ୍କ ଠୁ ଗୁଆ ଓ ଚାଉଳ ସଂଗ୍ରହ କରିଛି ।ରଥ ଆସିବ ବୋଲି ଦୁଇ ଦିନ ପୂର୍ବରୁ ପ୍ରସ୍ତୁତି ଜୋରଦାର ଚାଲିଥିବା ଦେଖାଯାଇ ଥିଲା।୧ ନମ୍ୱର ୱାର୍ଡ ନଗରପାଳ ନୃପ ରାଜ ଯାଦବ ଙ୍କ ନିଜ ୱାର୍ଡ ହୋଇଥିବାରୁ ନିଜେ ନଗରପାଳ ସମସ୍ତ ପ୍ରକାର ପ୍ରସ୍ତୁତି ରେ ଆଗରେ ଠିଆ ହୋଇ ଆୟୋଜନ କରୁଥିବା ନଜର କୁ ଆସିଥିଲା।ହରିବୋଲ ହୁଳହୁଳି ଶଙ୍ଖ ଧ୍ଵନି ରେ ୱାର୍ଡ ଦାଣ୍ଡ ଭକ୍ତିମୟ ହୋଇଯାଇ ଥିଲା। ପ୍ରତ୍ୟେକ ୱାର୍ଡ ର ପ୍ରତ୍ୟେକ ପରିବାର ରୁ ଅକ୍ଷତ ଚାଉଳ ଓ ଗୁଆ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତି ଭାବରେ ଅର୍ପଣ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ୱାର୍ଡ ର କାଉନସିଲର ମାନେ , ସ୍ୱଚ୍ଛ ସାଥୀ,ସମସ୍ତ ଏନ୍ ଏ ସି କର୍ମଚାରୀ,ୱାର୍ଡ ଅଫିସର ଓ ୱାର୍ଡ ର ଜନସାଧାରଣ ଉପସ୍ଥିତ ଥିଲେ।ଲୋକଙ୍କ ମନରେ ମଧ୍ୟ ଅର୍ପଣ ରଥ କୁ ନେଇ ଏକ ପ୍ରକାର ର ଭକ୍ତି ଭାବ ଆବେଗ ସୃଷ୍ଟି ହୋଇଥିବା ଦେଖାଯାଉଥିଲା ।ଲୋକ ମାନେ ନିଜ ନିଜ ଘର ସାମ୍ନା ରେ ମୁରୁଜ ରେ ରଙ୍ଗୋଲି ପକାଇ ଦୀପ ଜାଳି ରଥ କୁ ସ୍ଵାଗତ କରୁଥିବା ଦେଖାଯାଇଥିଲା । ଗତ ୧୬ ତାରିଖ ରେ ଅର୍ପଣ ରଥ ରେ ଗୁଆ ଓ ଚାଉଳ ଅର୍ପଣ ର ଶେଷ ଦିନ ଥିବା ବେଳେ ଆଜି ପୁରୀ ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉନ୍ମୋଚନ ଅବସର ରେ ଏନ୍ ଏ ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡିଆ ପରିସର ରେ ଲୋକଙ୍କ ପାଇଁ ସିଧା ସଳଖ ଉନ୍ମୋଚନ ଉତ୍ସବ ଦେଖାଇବା ପାଇଁ ପ୍ରୋଜେକ୍ଟର ଯୋଗେ ସିଧା ପ୍ରସାରଣ ର ବ୍ୟବସ୍ଥା କରାଯିବା ସହିତ ଭକ୍ତ ଙ୍କ ପାଇଁ ଭୋଗ ର ବ୍ୟବସ୍ଥା କରାଯାଇଥିଲା ।
