ଫେଲ ମାରୁଚି ସଡ଼କ ସୁରକ୍ଷା ସପ୍ତାହ ଦୁଇ ବାଇକ ମୁହାଁ ମୁହିଁ ଧକ୍କା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଞ୍ଚ ମୃତ ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରିପାଟଣା ଗାଁ ଡ୍ରାପ ନିକଟରେ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଚାରି ଜଣଙ୍କ ମୃତ୍ୟୁ। ଦୁଇ ଗୁରୁତର। ମୃତକ ମାନେ ହେଲେ ଗୋପାଳପୁର ଶାସନ ଗ୍ରାମର ମହେନ୍ଦ୍ର ନାୟକ, ସାନ ସୋରଡ଼ା ଗ୍ରାମର ରଜନୀ ଗୌଡ଼, ଅସୁରବନ୍ଧ ଗ୍ରାମର ଶ୍ରୀକାନ୍ତ ଗୌଡ଼, ଦୁଲାଡ଼ ଗ୍ରାମର ମନୋଜ ଡାକୁଆ। ଦୁଇ ଗୁରୁତର ହେଲେ ସୋରଡ଼ା ର ଜୟନ୍ତ ବାଡ଼ତ୍ୟା, ଦୁଲାଡ଼ ର ପୂର୍ଣ୍ଣ ଗୌଡ଼। ଉଭୟଙ୍କୁ ସୋରଡ଼ା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଜୟନ୍ତ ବାଡ଼ତ୍ୟା ଙ୍କୁ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ରାତି 11 ଟା ସମୟରେ ପୂର୍ଣ୍ଣ, ମନୋଜ, ଶ୍ରୀକାନ୍ତ ତିନି ଜଣ ଗୋଟିଏ ବାଇକରେ ନିଜ ଗାଁ ଦୁଲାଡ଼ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ସ୍କୁଟିରେ ବସି ମହେନ୍ଦ୍ର, ରଜନୀ,ଜୟନ୍ତ ତିନିଜଣ ସୋରଡ଼ା ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଗ୍ନିଶମ ବାହିନୀ ଗୁରୁତର ଙ୍କୁ ଉଦ୍ଧାର କରି ସୋରଡ଼ା ମେଡ଼ିକାଲରେ ଭର୍ତି କରିଥିଲା। ସେଠାରେ ଜଣଙ୍କ ର ମୃତ୍ୟୁ ହୋଇଛି।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇଛି।ମୃତକ ମଧ୍ୟରେ ସୋରଡ଼ା ବିଦ୍ୟୁତ ବିଭାଗରେ ଜଣେ ଲାଇନମେନ ଅନ୍ୟ ଦୁଇ ଜଣ ହେଲ୍ପର ଭାବେ କାମକରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *