ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ର ଆହ୍ୱାନ କୁ ଏକ ନିଆରା ଢଙ୍ଗ ରେ ପାଳନ କଲେ ରାଇକିଆ ଅଞ୍ଚଳବାସୀ

କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ଦେଖିବାକୁ ମିଳିଛି ଏକ ମହତ ପୂର୍ଣ୍ଣ କାର୍ଯ୍ୟକ୍ରମ। ରାଇକିଆ ମାଳାଞ୍ଚଳ ଛାତ୍ରାବାସ ଠାରୁ ବେରେଡାକିଆ ପର୍ଯ୍ୟନ୍ତ 18 ତାରିଖ ରୂ 21ତାରିଖ ପର୍ଯ୍ୟନ୍ତ ଯେତେ ମନ୍ଦିର ମଠ ଅଛି ସବୁ ମନ୍ଦିର ମଠ ରେ ଏକତ୍ରିତ ହୋଇ ଖୋଲା ହୃଦୟ ରେ ସଫା ସୁତୁରା କରୁଥିବା ଦେଖିବାକୁ ମିଳିଅଛି।22 ତାରିଖ ଦିନ ପ୍ରତ୍ୟେକ ସ୍ଥାନ ରେ ଦୀପ ଜାଳି ଭଗବାନ ଶ୍ରୀ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଅବସର ରେ ଶ୍ରୀ ରାମ ଙ୍କ ପାଇଁ ଦିନ ଟି କୁ ସ୍ମରଣୀୟ ଓ ଐତିହାସିକ କରିବା ସକାଶେ ନିଷ୍ପତି ନିଆ ଯାଇ ଅଛି ବୋଲି ଓ ବି ସି ଜିଲ୍ଲା ମୋର୍ଚା ବିଜେପି ସଭାପତି ସନ୍ତୋଷ କୁମାର ଲେଙ୍କା ପ୍ରକାଶ କରି ଅଛନ୍ତି।

ଏହି କାର୍ଯ୍ୟକ୍ରମ ରେ ରାଇକିଆ ଅଞ୍ଚଳ ର ବିଭିନ ସଂଗଠନ ର କାର୍ଯ୍ୟକର୍ତ୍ତା ଓ କର୍ମୀ ସହଯୋଗ କରିଥିବା ଦେଖିବାକୁ ମିଳଥିଲା।ଏହି ମହତ କାର୍ଯ୍ୟକ୍ରମ କୁ ଦେଖି ଅଞ୍ଚଳବାସି ପ୍ରଂଶଶା କରୁଥିବା ଦେଖିବାକୁ ମିଳିଅଛି।

Leave a Reply

Your email address will not be published. Required fields are marked *