ସମଲେଇ ପ୍ରକଳ୍ପ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ପୁରୀ ୧୯/୧ ପଶ୍ଚିମ ଓଡିଶାର ଆରାଧ୍ୟା ଦେବୀ ମା ସମଲେଶ୍ବରୀଙ୍କ ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହେବ।

ବିଭିନ୍ନ ଦେବାଦେବୀ ପୀଠ ରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି।ଆଜି ପୂର୍ବାହ୍ନରେ ସମଲେଶ୍ବରୀ ମନ୍ଦିର ପୂଜକ ସଂକୀର୍ତ୍ତନ ରାୟ, ଟ୍ରଷ୍ଟ ବୋର୍ଡ ସଦସ୍ୟ ସନ୍ତୋଷ ପୁରସେଠ ଓ ସମ୍ବଲପୁର ଜିଲ୍ଲା ସଂସ୍କୃତି ଅଧିକାରୀ ଫକୀର ମୋହନ ମାଝୀ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ସଂକୀର୍ତ୍ତନ ଦଳର ପ୍ରଦର୍ଶନ ମାଧ୍ୟମରେ ସେମାନ ଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ବସନ୍ତ କୁମାର ପ୍ରଧାନ ସ୍ୱାଗତ କରିଥିଲେ।ସମଲେଇ ପ୍ରକଳ୍ପ ନିମନ୍ତ୍ରଣ କାରୀ ସଦସ୍ୟ ମାନେ ମା ବିମଳା ଙ୍କ ବରିଷ୍ଠ ପୂଜକ ମାନଙ୍କ ଉପସ୍ଥିତିରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।ପରେ କୋଣାର୍କ ରାମଚଣ୍ଡୀ ମନ୍ଦିର ରେ ପହଞ୍ଚି ମନ୍ଦିର ସେବାୟତ ପ୍ରକାଶ ଚନ୍ଦ୍ର ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ମଦନମୋହନ ମହାପାତ୍ର, ସଞ୍ଜୟ ପଣ୍ଡା, ଲିଙ୍ଗରାଜ ପଣ୍ଡା, ବୁଢ଼ା ମହାପାତ୍ର, ଉପେନ୍ଦ୍ର ମହାପାତ୍ର ପ୍ରମୁଖ ଙ୍କ ଉପସ୍ଥିତିରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।ଶେଷରେ କାକଟପୁର ମା ମଙ୍ଗଳା ଙ୍କ ମନ୍ଦିର ରେ ପହଞ୍ଚି ପୂଜାର୍ଚ୍ଚନା ସହ ମନ୍ଦିର ସେବାୟତ ତୁଷାର ରଞ୍ଜନ ଦୀକ୍ଷିତ, ତାପସ କୁମାର ଦୀକ୍ଷିତ,ମାନସ କୁମାର ଦୀକ୍ଷିତ, ନଳିନୀ କାନ୍ତ ଦୀକ୍ଷିତ,ମନ୍ଦିର ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ,ପୂଜାପଣ୍ଡା ତପନ କୁମାର ଦୀକ୍ଷିତ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ସମଲେଇ ପ୍ରକଳ୍ପ ଉତ୍ସବ ରେ ଯୋଗ ଦେବାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ।ଏଥିରେ ମନ୍ଦିର କର୍ମଚାରୀ, ପୋଲିସ ପ୍ରଶାସନ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *