ଯାଜପୁର ଜିଲ୍ଲା କିନ୍ନର ସଙ୍ଘ ପକ୍ଷରୁ ବହୁଚେରାଜୀ ମାତା ପୂଜା ଉତ୍ସବ ଅନୁଷ୍ଠିତ
ଯାଜପୁର ଜିଲ୍ଲା କିନ୍ନର ସଙ୍ଘ ଶାନ୍ତି ସେନା ପକ୍ଷରୁ ବ୍ୟାସନଗର ସ୍ଥିତ ଉତ୍ସବ ପ୍ୟାଲେସ କଲ୍ୟାଣ ମଣ୍ଡପରେ ବହୁଚେରାଜୀ ମାତା ପୂଜା ଉତ୍ସବ ଅନୁଷ୍ଠିତ ହେଇଯାଇଛି l କିନ୍ନର ସଙ୍ଘ ସଭାପତି କାଜଲ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବହୁଚେରାଜୀ ମାତା ପୂଜା ଉତ୍ସବରେ ଜିଲ୍ଲା ଯଥା ଜିଲ୍ଲା ବାହାରୁ ୨ଶହରୁ ଉର୍ଦ୍ଧ କିନ୍ନର ଯୋଗଦେଇଥିଲେ l ସଖାଳୁ ପ୍ରଥମେ କିନ୍ନର ମାନେ ରୀତିନୀତି ଅନୁଯାୟୀ ନିଜ ପୂଜାର୍ଚନା ଶେଷ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସାପଗଡିଆ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଉତ୍ସବ ପ୍ୟାଲେସ କଲ୍ୟାଣ ମଣ୍ଡପ ନିକଟରେ ପହଂଚିଥିଲେ l ପରେ ନିଆରା ଆରାଧ୍ୟ ମାତାଙ୍କୁ ସମାଜର ମଙ୍ଗଳ ପାଇଁ ପୂଜାର୍ଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ସ୍ଥାନୀୟ, ବୃଦ୍ଧିଜୀବି, ସମାଜସେବୀ ଯୋଗଦେଇଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ
