ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଦିଗାମ୍ବରପୁର ଗ୍ରାମ ପଞ୍ଚାୟତ ର ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ପାଣି ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ଉଣିସି ତାରିଖ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ପରିବେଶବିତ୍ ବିଜୟ କୁମାର ସାମନ୍ତ , ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ କାର୍ଯ୍ୟାଳୟ ସହାୟକ ଲଳିତ ମୋହନ ସାମନ୍ତ ଉପସ୍ଥିତ ହୋଇ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅଭୟ କୁମାର ଶତପଥି ସଂଯୋଜକ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ। ପ୍ରଧାନ ଶିକ୍ଷକ ଶ୍ରୀ ପାଣି କାର୍ଯ୍ୟକ୍ରମ ଉପରେ ବିବରଣୀ ଉପସ୍ଥାପନା କରିଥିଲେ। ଶିକ୍ଷୟିତ୍ରୀ ରଶ୍ମିବାଳା ସାମଲ ,ଦୀପିକା ପଢିହାରୀ ଶିକ୍ଷକ ଅରୁଣ ଧରୁଆ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ବିଭିନ୍ନ କ୍ଲବ୍ ର ଛାତ୍ର ଛାତ୍ରୀ ମାନେ ସେମାନଙ୍କ ପ୍ରୋଜେକ୍ଟ ଉପସ୍ଥାପନା କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଚାଳନା ପରିଷଦ ଓ ପି ଟି ଏ ସଭ୍ୟ ସଭ୍ଯା ଉପସ୍ଥିତ ହୋଇ ଖୁସି ଅନୁଭବ କରିଥିଲେ।

Leave a Reply

Your email address will not be published. Required fields are marked *