ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ;୫ ମୃତ,୧ ଗୁରୁତର
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ;୫ ମୃତ,୧ ଗୁରୁତର। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଂଚଳ ବରାଡ଼ି ଛକ ନିକଟରେ ଗତ ମଧ୍ୟ ରାତ୍ର ରେ ସ୍କୁଟି ସହ ବାଇକ ମୁହାଁ ମୁହିଁ ଘଟଣା ରେ ମୃତ୍ୟୁ ଘଟି 2 ଜଣ ବିଦ୍ୟୁତ କର୍ମଚାରୀ ଓ ଦୁଇ ଜଣ ଅଂଚଳ ବାସି ମୋଟ 4 ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଗୁରୁତର ଆହତ ହୋଇ ବ୍ରହ୍ମପୁର mkcg ମେଡିକାଲ କୁ ସ୍ଥାନାନ୍ତର ହୋଇଥିଲେ l ବ୍ରହ୍ମପୁର ରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା l ମୃତକ ଜଣଙ୍କ ହେଲେ ବିଦ୍ୟୁତ ବିଭାଗ କର୍ମଚାରୀ ଜୟନ୍ତ ବlଡ଼ତ୍ୟା l ଘଟଣା ରେ ମୋଟ 5 ଜଣଙ୍କ ମୃତ୍ୟୁ ଘଟିଛି।ଅନ୍ୟ ଜଣେ ଯୁବକ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସତ ହେଉଛନ୍ତି l ଗତ ରାତିରେ ପୋଲିସ ଉଦ୍ଧାର କରିଥିବା ମୃତ ଦେହ ଗୁଡିକୁ ଭଞ୍ଜନଗର ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି lମୃତକ ମାନେ ହେଲେ ରଜନୀ ଗୌଡ଼( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା )ମହେନ୍ଦ୍ର ନାୟକ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା )ଜୟନ୍ତ ବlଡ଼ତ୍ୟା ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା )ଶ୍ରୀକାନ୍ତ ଗୌଡ଼ (ଦୁଲାଡ଼ ଗ୍ରାମବାସୀ )ମନୁ ଡାକୁଆ ( ଦୁଲାଡ଼ ଗ୍ରାମ ବାସି )ଗୁରୁତର ଆହତ ବ୍ୟକ୍ତି ଜଣକ ହେଲେ ପୂର୍ଣ୍ଣ ଗୌଡ଼ ( ଦୁଲାଡ଼ ଗ୍ରାମ ବାସି )
