ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସ୍ଥିତ ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ ହୋଇ ଯାଇଛି । ସୁବର୍ଣ୍ଣ ଜୟନ୍ତୀ କମିଟିର ଉପଦେଷ୍ଟା ଡା ଅଜୟ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲୀକ, ପାରାଦ୍ୱୀପ ବିଧାୟକ ଇଂ ସମ୍ବିତ ରାଉତରାୟ, ଦୂରଦର୍ଶନ ର ପୂର୍ବତନ ଉପ-ମହାନିର୍ଦ୍ଦେଶକ ଡ଼ା ଶାନ୍ତୁନ ରଥ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷ। ନିନାରାଣୀ ସାହୁ ପ୍ରମୁଖ ଯୋଗ ଦେଇ ସୁବର୍ଣ୍ଣ ଜୟନ୍ତୀ ସମାରୋହ କୁ ଉଦଘାଟନ କରିବା ସହିତ ଶିକ୍ଷା ଆଜି ମାନବକୁ ମହାକାଶରେ ପହଞ୍ଚାଇଛି ବୋଲି ଅତିଥିମାନେ କହିଛନ୍ତି । ଭାରତୀୟ ପରମ୍ପରା, ଗୁରୁକୂଳ ପରମ୍ପରା ସହିତ ଆଧୁନିକ ଯୁଗର ଶିକ୍ଷା କୁ ତୁଳନା କରିବା ସହିତ ଗ୍ରାମାଞ୍ଚଳରେ ଶିକ୍ଷା ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ପରେ କମିଟି ପକ୍ଷରୁ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ଓ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *