ଅର୍କକ୍ଷେତ୍ର କୋଣାର୍କରେ ସୌରରଥଯାତ୍ରା
କୋଣାର୍କ,୨୦.୦୧ – ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ର କୋଣାର୍କରେ ପବିତ୍ର ଶାମ୍ବ ଦଶମୀ ତିଥିରେ ବିଶ୍ଵମୈତ୍ରିୟ ସୌର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅବଧୂତ ମଠ ଓ ଓଡ଼ିଶା ସୌର ବ୍ରାହ୍ମଣ ପରିବାର ପକ୍ଷରୁ ଏହି ଅନନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାରା ବିଶ୍ୱରେ ଶାନ୍ତି ମୈତ୍ରୀ ଭାବ ପ୍ରତିଷ୍ଠା ଓ ଶାରୀରିକ ମାନସିକ ସୁସ୍ଥ କାମନା ନେଇ ଏହି ରଥଯାତ୍ରା ପାଳନ କରାଯାଏ। ଦ୍ଵାପର ଯୁଗରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ଅଭିଶାପ ଗ୍ରସ୍ତ ପୁତ୍ର ଶାମ୍ବ ମୈତ୍ରଏ ବନ ରେ ଧ୍ୟାନ କରି ସୂର୍ଯ୍ୟ ନାରାୟଣ ପୂଜା କରି ଅଭିଶାପ ମୁକ୍ତ ହୋଇ ରୋଗମୁକ୍ତ ହୋଇଥିଲେ। ଏହି ସ୍ଥାନ କୋଣଦିତ୍ୟ ଭାବେ ମଧ୍ଯ ପରିଚିତ। ଏଣୁ ସୂର୍ଯ୍ୟ ଉପାସନାର ପୂଜାନେଇ ଏହି ରଥଯାତ୍ରା ଧୁମ୍ ଧାମରେ ପାଳନ ହୋଇଛି। ଚନ୍ଦ୍ରଭାଗା ପର୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ ରଥ ଟାଣି ଟାଣି ନେଇଥିଲେ। ସେଠାରେ ଅବସ୍ଥାନ କରି ମାଘ ସପ୍ତମୀରେ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ରଥରେ ପୁଣି ଫେରିବେ ମହାପ୍ରଭୁ। ଏନେଇ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ।
