ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ଧୀନ ଗେଟ୍ ଭୁସୁଡ଼ିଲା

ତା 20/୧/୨୪ସୋରଡା: ଆମ ହସ୍ପିଟାଲ ଯୋଜନା ରେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ଦୀର୍ଘଦିନ ଦିନଧରି କାମ ଚାଲି ଆସୁଥିଲା। କିନ୍ତୁ କାମ ସମ୍ପୂର୍ଣ ହେବାର ନା ନେଉନଥିଲା । ଅତି ନିମ୍ନ ମାନ ଓ ଖାମ ଖିଆଲ କାମ ଯୋଗୁଁ ଆଜି ଅପରାହ୍ନ ରେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖ ଗେଟ୍ ଟି ଭୁଶୁଡ଼ି ପଡ଼ିଛି ।ଭାଗ୍ୟ ବଶତଃ ତଳେ କାମ କରୁଥିବା ଶ୍ରମିକ ବର୍ତ୍ତି ଯାଇଛନ୍ତି ।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାମ ଚାଲିଥିବା ଯୋଗୁଁ ଦୀର୍ଘ ଦିନ ଧରି ଲୋକେ ନିଜର ଚିକିତ୍ସା ସକାଶେ ଏକ କଣ ଓସାରିଆ ସଂକୀର୍ଣ୍ଣ ରାସ୍ତା ଦେଇ ମେଡିକାଲ କୁ ଅତି କଷ୍ଟ ର ସହ ଯିବା ଆସିବା କରୁଥିଲେ ।କିନ୍ତୁ ଗେଟ୍ କାମ ସରିବ କଣ ଗେଟ୍ ଟି ଭୁଶୁଡ଼ି ପଡ଼ିଲା। ଯାହା ଦ୍ୱାରା ଲୋକେ ପୁଣି ମେଡିକାଲ କୁ ଯିବା ଆସିବା କରିବାପାଇଁ କଷ୍ଟ ଭୋଗିବେ । ଏହି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ସୋରଡ଼ା ଅଞ୍ଚଳ ବାସି ନିନ୍ଦା କରିବା ସହିତ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବି କରୁଛନ୍ତି ।

ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଏପରି ନିମ୍ନ ମାନର କାର୍ଯ୍ୟ ହୋଇଛି ଓ ସାମ୍ନା ଗେଟ୍ ଟି ଭୁଶୁଡ଼ି ଯାଇଛି ବୋଲି ଅଞ୍ଚଳରେ ଚର୍ଚା ହେବାରେ ଲାଗିଛି । ରାଜ୍ୟ ସରକାର ଦ୍ବାରା ପ୍ରଦତ୍ତ ଅର୍ଥ ଯଦି ଏହିପରି ଭାବେ ବାଟମାରଣା ହେବ ଏବଂ ଯାହାର କଷ୍ଟ ଜନ ସାଧାରଣ ଉଠେଇବେ ତାହେଲେ ଆଗକୁ ଆଉ କୌଣସି ବି କର୍ମଚାରୀ ଏବଂ ଠିକାଦାର ଉନ୍ନତ ମାନର କାମ ନକରି ସବୁ ଅର୍ଥ ଆତ୍ମସାତ କରିବାରେ ଲାଗିବେ ।ତେଣୁ ଏହିଭଳି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଥିବା ଏହି ଦୁର୍ଘଟଣା ର ତଦନ୍ତ କରି କଠୋର ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *