ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନତା
ଜଗତସିଂହପୁର ଠାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆର୍ଥିକ ସ୍ୱାଖରତା ଓ ସଚେତନତା ମାରାଥନ ଅନୁଷ୍ଠିତ ହୋଇଯାଇଛି । ଏହି ମାରାଥନ ରାଲି ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ମାରାଥନ ରାଲିକୁ ଜଗତସିଂହପୁର ଅତିରିକ୍ତ ଏସପି ଅମରେନ୍ଦ୍ର ପଣ୍ଡାଙ୍କ ସହିତ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପତାକା ହଲାଇ ଏହି ମାରାଥନ କୁ ଉଦଘାଟନ କରିଥିଲେ । ଏହି ମାରାଥନ ରାଲିରେ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ,କଲେଜ ଛାତ୍ରଛାତ୍ରୀ ,ବରିଷ୍ଠ ନାଗରିକ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନେ ସାମିଲ ହୋଇଥିଲେ । ପରେ ସଂସ୍କୃତି ଭବନରେ ଆୟୋଜିତ ଏକ ସଭାରେ ଆର୍ଥିକ ସ୍ୱାଖରତା ଓ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ।
ଜଗତସିଂହପୁର ରୁ Rita ସାହୁ
