ଓଡ଼ିଆ କବିତା ପଠନ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ
_ରାୟଗଡ଼ା:- ତା.୨୧.୦୧.୨୦୨୪ ରିଖ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ,ରାୟଗଡ଼ାର ଅଧ୍ୟକ୍ଷ ଡ. ବିପ୍ର ନାରାୟଣ ମଲିକଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ କବିତା ପଠନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ରାୟଗଡ଼ାର ସାହିତ୍ୟିକ,ଲେଖକ ଶ୍ରୀ ଜୟଦେବ ସୀଠ ଏବଂ ଝଙ୍କାର ସାହିତ୍ୟ ସଂସଦ ଜେକେପୁର , ସଂପାଦକ ଶ୍ରୀ ପ୍ରଦୀପ ନାୟକ ପରିଚାଳନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶୀର୍ଷକ: “ଧାର୍ମିକ ପରମ୍ପରାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ” ।ଏହି ଆଲୋଚନାକୁ ଆଲୋଚକ ଭାବେ ସୁଦୂର ଭବାନୀପାଟଣା, କଳାହାଣ୍ଡିରୁ ଶ୍ରୀ ଅଶୋକ କୁମାର ପାଢ଼ୀ ମହୋଦୟ ଏବଂ ଶ୍ରୀ ରଂଗ ନାୟକ, ବିଶିଷ୍ଟ ଆଦିବାସୀ ସଂସ୍କୃତି ଗବେଷକ ଏବଂ ପ୍ରତ୍ନତତ୍ତ୍ବବିଦ୍, ବିଷମ କଟକ, ରାୟଗଡ଼ା। ଆଲୋଚକ ମହୋଦୟ ନିଜ ନିଜ ବକ୍ତବ୍ୟରେ ବିଭିନ୍ନ ସଂସ୍କୃତି ସହିତ ଜଗନ୍ନାଥ ସଂସ୍କୃତିର ସଂପର୍କ, ଓଡ଼ିଶାର ଜନଜୀବନରେ ଶ୍ରୀ ଜଗନ୍ନାଥ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ସଂପର୍କରେ ଛାତ୍ର ଛାତ୍ରୀଙ୍କୁ ଉପସ୍ଥାପନ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ଡ.କୈଳାସ ମଳିକ ,ଗଣିତ ବିଭାଗର ଅଧ୍ୟାପକ ଡ.ଦେବାଶିଷ ଶର୍ମା ଏବଂ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।
