କାମାକ୍ଷାନଗର ମହୋତ୍ସବର ପଞ୍ଚମ ଦିନରେ ଗଣଦୌଡ଼ କରି ଲୋକଙ୍କୁ ସଚେତନ କଲେ ଜନ ସାଧରଣ
କାମାକ୍ଷାନଗର ମହୋତ୍ସବର ପଞ୍ଚମ ଦିନରେ ଗଣଦୌଡ଼ କରି ଲୋକଙ୍କୁ ସଚେତନ କଲେ ଜନ ସାଧରଣ।ହନୁମାନ ମନ୍ଦିର ଠାରୁ ଏହି ଗଣଦୈାଡ ଆରମ୍ଭ ହୋଇ ସହର ପରିକ୍ରମା ପରେ ସାରଙ୍ଗଧର ଷ୍ଟାଡିୟମ ଠାରେ ପହଞ୍ଚିଥିଲା।ଏଠାରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଉପସ୍ଥିତ ରହି ଏହାକୁ ଆରମ୍ଭ କରିଥିବା ବେଳେ ଏଠାରେ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ସରକାରୀ ଅଧିକାରୀ ,କର୍ମଚାରୀ ଓ ଜନ ସାଧାରଣ ଉପସ୍ଥିତ ରହି ସହରକୁ ବୁଲି ଗଣଦୌଡ଼ କରିଥିଲେ ।ମହୋତ୍ସବର ବାର୍ତା ଦେଇଥିଲେ ସମସ୍ତଙ୍କୁ ।ସମସ୍ତେ ଆସି ଏହି ମହୋତ୍ସବକୁ ଉପଭୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।
