କେସିଙ୍ଗା ଏନ୍ ଏ ସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି ନେଇ ଏକ ହେଲେ କେସିଙ୍ଗା ବାସି

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ରାଜ୍ୟର ପୁରାତନ ଏନ୍ ଏ ସି ମଧ୍ୟରୁ ଗୋଟିଏ ଯାହା ୧୯୬୫ ରେ ଜନସାଧାରଣ ଙ୍କ ବିକାଶ ପାଇଁ ସ୍ଥାପିତ କରାଯାଇ ଥିଲା l ପର୍ଯାୟକ୍ରମେ କେତେ ନିର୍ବାହୀ ଅଧିକାରୀ ଯୋଗଦେଇ ଅଞ୍ଚଳ ର ଉନ୍ନତୀ ରେ ନିଜର ଦକ୍ଷତା ର ପରିଚୟ ଦେଇ ଚର୍ଚ୍ଚାରେ ଆସିଥିଲେ।କିନ୍ତୁ ୨୦୨୨ ମସିହାରେ ଆସିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କିରଣ ବେହେରା କେସିଙ୍ଗା ଏନ୍ ଏ ସି ରେ ଯୋଗଦେବା ପରେ ସହରର ବିଭିନ୍ନ ସମସ୍ୟା କମିବା ପରିବର୍ତେ ବଢ଼ିବାରେ ଲାଗିଛି।କୌଣସି ଜନସାଧାରଣ କିଛି ଅଭିଯୋଗ ନେଇ ଆସିଲେ ଦେଖାକରି ପାରୁନାହାନ୍ତି,ଫୋନ କଲେ ଉଠାଇ ନାହାନ୍ତି ,ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରି କେସିଙ୍ଗା ବିକାଶ ମଞ୍ଚ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣଧାରଣା ରେ ଏନ୍ ଏ ସି ସମ୍ମୁଖରେ ବସିଛନ୍ତି। ଏ ନେଇ ଏନ୍ ଏ ସି ର ସମସ୍ତ କାଉନସିଲର ମାନେ ପୂର୍ବରୁ ଜିଲ୍ଲାପାଳ ଙ୍କୁ ଲିଖିତ ଆକାର ରେ ଜଣାଇଥିଲେ ଓ ଏନ୍ ଏ ସି ଅଧ୍ୟକ୍ଷ ମଧ୍ୟ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଏହାର ସୁଫଳ ମିଳି ନାହିଁ । ଯେବେ ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରାନ ଯିବ ସେବେ ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି କୁହାଯାଇଛି।ଆଜିର ଧାରଣାରେ କେସିଙ୍ଗା ବିକାଶ ମଞ୍ଚ ର ସମସ୍ତ ସଦସ୍ୟ ସହିତ କେସିଙ୍ଗା ଉଠା ଦୋକାନୀ ସଂଘ,ବିଜେପି ନଗର ସଭାପତି ମଗନ ସିନ୍ଦୂର,ସାମ୍ବାଦିକ ମହାସଂଘ ର ସମସ୍ତ ସଦସ୍ୟ,ବଣିକ ସଂଘ ର ସଭାପତି,ଚେମ୍ବର୍ ଏଣ୍ଡ କମର୍ସ ର ସଭାପତି,କଂଗ୍ରେସ ନଗର ସଭାପତି ସୁବାସ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

କେସିଙ୍ଗା ରୁ ମହେଶ୍ୱର ମାଝୀ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍

Leave a Reply

Your email address will not be published. Required fields are marked *