ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

କେସିଙ୍ଗା ବିଦ୍ୟାପୀଠର 2002 ମାଟ୍ରିକ୍ ବ୍ୟାଚ୍ ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ହୋଇଯାଇଛି l ଦୀର୍ଘ 22 ବର୍ଷପରେ ପାଖାପାଖି 75 ରୁ ଉର୍ଦ୍ଧ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ l ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରମାନଙ୍କୁ ସ୍ଵାଗତ କରାଯାଇଥିଲା l ସମସ୍ତଙ୍କ ମୁହଁରେ ଏକ ଖୁସୀ ଦେଖିବାକୁ ମିଳିଥିଲା l ପ୍ରଥମେ 6 ଜଣ ସ୍ବର୍ଗବାସୀ କରିଥିବା ଛାତ୍ରଙ୍କ ପାଇଁ ଦୁଇ ମିନିଟ୍ ର ନୀରବ ପ୍ରାର୍ଥନା କରାଯାଇଥିଲା l ତା ପରେ କେକ୍ କାଟି ତାଙ୍କର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା lସଭା ପରିଚାଳନା କରିଥିଲେ ସନ୍ତୋଷ ଦଣ୍ଡସେନା ଓ ଇମତିଆଜ ଆଲମ lସମସ୍ତ ଛାତ୍ରମାନେ ନିଜ ନିଜର ପରିଚୟ ଦେଇ ତାଙ୍କର୍ ଜୀବନ ବିଷୟରେ କିଛି ସ୍ମୃତି ବ୍ୟାଖ୍ୟା କରିଥିଲେ l ଛାତ୍ରମାନଙ୍କ ପାଇଁ ବିଭିନ୍ନ କିସମର ଖାଦ୍ୟର ବ୍ଯବସ୍ଥା କରାଯାଇଥିଲା l ନାଚ ଗୀତ ରେ ବାତାବରଣ ଦୋହୋଲି ଯାଇଥିଲା l ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା lସବା ଶେଷରେ ସନ୍ତୋଷ ଦଣ୍ଡସେନା ଓ ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ସୂରଜ ମହାରଣା, ଆଲୋକ ନାଏକ, ଡକ୍ଟର ହରେକୃଷ୍ଣ ଧଳ, ଶୀତଲ ଜୈନ, ତେଜରାଜ ସାହୁ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *