ହର୍ଷ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

କୋରାଇ ବ୍ଲକ ଅନ୍ତର୍ଗତ ହଳଦିଗଡ଼ିଆ ପଞ୍ଚାୟତର ଶାଳକଣା ସ୍ଥିତ ହର୍ଷ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସ୍କୁଲର ଅଧ୍ୟକ୍ଷl ନିତୁ ୟାଦବ ଙ୍କ ଅଧ୍ଯକ୍ଷତାରେ ଉତ୍ସବରେ ମୁଖ୍ୟ ଅତିଥ୍‌ ଭାବେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ କୋରିଓଗ୍ରାଫର୍ ଶାଶ୍ୱତ ଯୋଶୀ ଯୋଗଦେଇ ଉଦ୍‌ଘାଟନ କରିବା ସହ ପିଲାମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କ ପାଠପଢ଼ା ସଙ୍ଗେ ସଙ୍ଗେ ଦକ୍ଷତା ବିକାଶ ରେ ମଧ୍ୟ ଆଗକୁ ଯିବା ଆମର ଦାୟିତ୍ବ ବୋଲି କହିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘କ୍ୟୁସାର’ରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l ତେବେ ଏହି ଉତ୍ସବକୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ l

ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *