ବୃଦ୍ଧା ବାପା ମାଆ ଙ୍କୁ ପଚାରୁନି ପୁଅ
ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହେଲେ ବୃଦ୍ଧା ବାପା ମାଆ ପରିଣତ ବୟସରେ ବୃଦ୍ଧା ବାପା ମାଆ ଙ୍କୁ ପଚାରୁନି ପୁଅ । ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହେଲେ ବୃଦ୍ଧା ବାପା ମାଆ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଜିରାଇଲୋ ଗ୍ରାମରେ । ଗ୍ରାମର 80 ବର୍ଷ ର ବୃଦ୍ଧ ବାପା ଅଲେଖ ଦାସ ଓ 74 ବର୍ଷୀୟ ବୃଦ୍ଧା ମାଆ ଶାନ୍ତି ଦାସଙ୍କ ଦୁଃଖ କହିଲେ ନ ସରେ । ଅଲେଖ ଓ ଶାନ୍ତି ଙ୍କର ଦୁଇ ପୁଅ ଓ ଦୁଇ ଝିଅ । ଦୁଇ ମଧ୍ୟରୁ ବଡ଼ ପୁଅ ଡାକ୍ତର ପାଠପଢ଼ାଇବା ପରେ ପାରାଦ୍ୱୀପ ରେ ଚାକିରୀ କରି ସେବା ଯୋଗାଇ ଦେଇ ଆସୁଛନ୍ତି । ଦୁଇ ଝିଅ କୁ ବିଭାହ କରି ଦେଇଛନ୍ତି । ପୁଅ ଡାକ୍ତର ହେବା ପରେ ଅଲେଖ ଖୁସିରେ ଚଲିବେ ବୋଲି ଆଶା ବାନ୍ଧିଥିଲେ । ହେଲେ ଫଳ ହେଲା ଓଲଟା । ବାପା ମାଆ ଙ୍କ ଠାରୁ ସବୁ ଜମି ବାଡ଼ି ନିଜ ନାମରେ କରାଇନେବା ପରେ ଡାକ୍ତର ପୁଅ ଆଉ ବୃଦ୍ଧା ବାପା ମାଆ ଙ୍କୁ ପଚାରୁ ନାହାଁନ୍ତି । ସାନ ପୁଅ ଦୁଃଖ ରେ ଥିଲେ ମଧ୍ୟ ବୃଦ୍ଧା ବାପା ଙ୍କୁ ପାଖରେ ରଖି ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇ ପଡୁଛି । ବାଧ୍ୟ ହୋଇ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଅଧ୍ୟକ୍ଷ। ସେହ୍ନ ମୟୀ ଆଚାର୍ଯ୍ୟ । ତାଙ୍କ ଉଦ୍ୟମ ରେ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହେବା ସହିତ ନ୍ୟାୟ ପାଇବା ପାଇଁ ଜିଲ୍ଲା ପ୍ରଶାସନ କୁ ଜଣାଇଥିବା କହିଛନ୍ତି ।
ଜଗତସିଂହପୁର ରୁ ରିତା ସାହୁ reporter
