ନୀଳାଚଳ ନାରାୟଣ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ଶିବିର କାର୍ଯ୍ୟକ୍ରମ ଉଦଯାପିତ

ନୀଳାଚଳ ନାରାୟଣ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ଶିବିର କାର୍ଯ୍ୟକ୍ରମ ଉଦଯାପିତଆଜି ତା -୧/୨/୨୦୨୪ ଦିବା ୧୧ ଘଟିକା ସମୟରେ ନୀଳାଚଳ ନାରାୟଣ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସଂଯୋଜକ ତଥା ମହାବିଦ୍ୟାଳୟର ଭାରତପ୍ରାପ୍ତ ଅଧକ୍ଷ ଅଧ୍ୟାପକ ଡ଼ଃ ବଳରାମ ଦାଶ ସଭାପତିତ୍ବ କରି ସ୍ୱାଗତ ଭାଷଣରେ ଶିବିରର ଆଭିମୁଖ୍ୟ,ମାହାତ୍ମ୍ୟ, ବାଳିକା ସଶକ୍ତିକରଣ ପାଇଁ ଆହ୍ୱାନ ଦେଇ ପୁରାଣ ଓ ଇତିହାସର ନାରୀ ସଶକ୍ତିକରଣର ଗୁଣଗାନ କରିଥିଲେ। ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତୀ କୁମାର ଷଢଙ୍ଗୀ ମହୋଦୟ ଯୋଗ ଦେଇ ବାଳିକା ମାନେ ଦେଶର ଭବିଷ୍ୟତ ଓ ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ମାନସିକ ସ୍ତରରେ ଓ ଶାରୀରିକ ସ୍ତରରେ ବାଳିକା ତଥା ନାରୀ ମାନେ ସୃଦୃଢ ହୋଇ ନିଜର ଆତ୍ମରକ୍ଷା ସହ ସମାଜକୁ ବିକଶିତ କରିପାରିବେ ବୋଲି ମତାମତ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ରୂପେ ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ବିଟା ମହାନ୍ତି ଯୋଗ ଦେଇ ଆଧୁନିକ ଭାରତ ଗଠନରେ ବାଳିକା ପ୍ରଶିକ୍ଷଣ ଶିବରର ଆବଶ୍ୟକତା ଓ ନାରୀ ହିଁ ଆମର ସମ୍ପତି ଓ ଏହାର ସୁରକ୍ଷା ଆମ୍ଭର ଦାୟିତ୍ୱ ବୋଲି ମତ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଜଗନ୍ନାଥ ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ପ୍ରଫେସର ଡ଼ଃ ବସନ୍ତ କୁମାର ମିଶ୍ର,କ୍ରାନ୍ତିଦର୍ଶୀ ସାହିତ୍ୟ ମଞ୍ଚ ର ସଭାପତି ଇଞ୍ଜିନିଅର ଗିରିଜା ଶଙ୍କର ପାଢ଼ୀ, ଅଧ୍ୟାପକ ଦୟାନିଧି ପଣ୍ଡା, ଗଙ୍ଗାଧର ମହାନ୍ତି ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀଙ୍କର ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ନାରୀମାନଙ୍କ ପ୍ରଗତି ଓ ଶିକ୍ଷାରେ ଉନ୍ନତି ଘଟିଲେ ଦେଶର ବିକାଶ ଅବଶ୍ୟମ୍ଭାଵୀ ଓ ନାରୀ ସଂସ୍କୃତି ହିଁ ଆର୍ଯ୍ୟ ସଂସ୍କୃତି।

ଏହି ସଂସ୍କୃତିକୁ ବଞ୍ଚାଇବା ପାଇଁ କେବଳ ନାରୀମାନେ ନୁହଁ ପୁରୁଷମାନେ ମଧ୍ୟ ସଚେତନ ହେଲେ ନାରୀମାନଙ୍କ ବିକାଶ ହେବା ସହ ସମଗ୍ର ଦେଶର ବିକାଶ ହେବ ବୋଲି ମତ୍ତ ପ୍ରଦାନ କରିଥିଲେ।ଉଦଘାଟନ ଉତ୍ସବରେ ଉଚ୍ଚ ବିଦ୍ୟାଳୟର ଅଧକ୍ଷା ଡ଼ଃ ମୀରାରାଣୀ ଖଣ୍ଡୁଆଳ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଗୀତାରାଣୀ ମହାପାତ୍ର, ପୌର୍ଣ୍ଣ ମlସୀ ଦେବୀ,ପ୍ରଶିକ୍ଷିକା ପାର୍ବତୀ ମହାରଣା,ପ୍ରାନ୍ତସିନୀ ଜେନା, ଅନ୍ନପୂର୍ଣ୍ଣା କର,ବିଜୟ କୁମାର ପଲାଇ, ମଦନ ମୋହନ ନାୟକ, ଡ଼ଃ ରାଧେଶ୍ୟାମ ରଥ, ସମାଜସେବୀ ରାମଚନ୍ଦ୍ର ବେହେରା,ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ଗୀତିକାର ବିଜୟ କୁମାର ମିଶ୍ର, , ଅଧ୍ୟାପକ ରମାକାନ୍ତ କର, ଗୋପାଳ କୃଷ୍ଣ କରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଆଲୋଚନା ଚକ୍ର ରେ ଅଧ୍ୟାପକ ବିଭୁତି ଭୂଷଣ କର, ବାସୁଦେବ ସାହୁ ଓ ଅନ୍ୟମାନଙ୍କ ମଧ୍ୟରେ ବିଭୁତି ଭୂଷଣ ପ୍ରଧାନ,ସରୋଜ କୁମାର କାଠୁଆ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବାରୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା ଏବଂ ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଡ଼ଃ ବଳରାମ ଦାଶ ଓ ଛାତ୍ରଛାତ୍ରୀ ମାନେ ପରିଚାଳନା କରିଥିଲେ l ଜାତୀୟ ସେବା ଯୋଜନାର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ ଯୁଗଜ୍ୟୋତି ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *