ପଞ୍ଚାୟତ ସ୍ତରୀୟ ପିଠା ପୋଗ୍ରାମ ସହିତ ସଚେତନତା ଶିବିର ଅନୁଷ୍ଠିତ

ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ ବରୁଆଁ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ମୁଖ୍ଯ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ, ବ୍ଲକ ଚେୟାରମ୍ୟାନ ଉର୍ମିଳା ନାୟକ, ଭଦ୍ରକ ବିଡିଓ ,କୋଡବରୁଆଁ ପଞ୍ଚାୟତର ସରପଞ୍ଚ, ସୁଷମା ମହାନ୍ତି, ଯୋଗଦେଇ କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ , ସରପଞ୍ଚ ଙ୍କ ପ୍ରତିନିଧି ଆଶିଷ ମହାନ୍ତି, ମହେଶ ନାୟକ ,ପଞାୟତ ପିଓ ତାପସ କୁମାର ନାୟକ, ପୂର୍ବତନ ସରପଞ୍ଚ କାଳନ୍ଦୀ ଜେନା ପିଏସ୍ ରାଜେନ୍ଦ୍ର କୁମାର ପାଣି , ଲକ୍ଷ୍ମୀ ପିୟା, ଷ୍ଟେଟ ବ୍ୟାଙ୍କ ର ଅଧୀକାରିଣୀ ସୁନନ୍ଦା ଅପା,ଉପସ୍ଥିତ ଥିଲେ ,ବିକାଶ ବିଷୟ ଆଲୋକପାତ କରିଥିଲେ ,ମାନ୍ୟବର ବିଧାୟକ ବିକାଶ ଜନ୍ମ ରୁ ମୃତ୍ଯୁବରଣ ପଯ୍ୟନ୍ତ,ସମସ୍ତ ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ହୋଇଛି ଏବଂ ଶିକ୍ଷା ଇତ୍ୟାଦି ବିଷୟ ତଥ୍ଯ ରଖିଥିଲେ ଶେଷ ରେ କୋଡ ବରୁଆଁ ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଆଶିଷ ମହାନ୍ତି ଧନ୍ୟବାଦ ପ୍ରଦାନ କରି ସଭା ସମାପନ ହୋଇଥିଲା

Leave a Reply

Your email address will not be published. Required fields are marked *