ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ
ଜଗତସିଂହପୁର -ତା.31.01.2024 ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷାଦାନରେ ଅଧିକ ଉତ୍ସାହ ତଥା ପ୍ରୋତ୍ସାହନ ନିମନ୍ତେ ଜଗତସିଂହପୁର ଜିଲ୍ଲାକୁ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ପ୍ରଦାନ କରାଯାଇଅଛି ।ଆଜି କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।ଜଗତସିଂହପୁର ଜିଲ୍ଲା ଝାରସୁଗୁଡା ଜିଲ୍ଲା ସହ ମିଳିତ ଭାବେ ଶ୍ରେଷ୍ଠ ଜିଲ୍ଲା ବର୍ଗ ରେ ତୃତୀୟ ସ୍ଥାନରେ ରହି ଜିଲ୍ଲା ପୁରସ୍କାର ଗ୍ରହଣ କରିଥିଲେ।

ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜିଲ୍ଲାରେ 5-T ଉପକ୍ରମରେ 253ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହୋଇଛି।ଏତଦବ୍ୟତୀତ 52 ଜଣ ପିଲାଙ୍କୁ ମେଧା ଶିକ୍ଷା ପୁରସ୍କାର, ୫ ଜଣ ମାଧ୍ୟମିକ ଶିକ୍ଷକଙ୍କୁ ରାଜ୍ୟ ଶିକ୍ଷା ପୁରସ୍କାର, ୨୧ ଜଣ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ପୁରସ୍କାର,ସି ଆର ସି ସି 1 ଟି, ପୁରାତନ ଛାତ୍ର କମିଟି ରେ 4 ଟି, ବିଦ୍ୟାଳୟ ପରିଚାଳନା ରେ 3 ଟି, ମାଧ୍ୟମିକ ବିଦ୍ୟାଳୟ ବର୍ଗ ରେ 3 ଟି ଏବଂ ଗ୍ରାମ ପଞ୍ଚାୟତ ବର୍ଗ ରେ ଜଗତସିଂହପୁର ଜିଲ୍ଲା କୁ 3 ଟି ପୁରସ୍କାର ମିଳିଛି। ରାଜ୍ୟ କୃତି ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ମାନେ ହେଲେ ପଦରଜ ଉମା କାନ୍ତ ନାୟକ, ଅମୂଲ୍ୟ କୁମାର ମିଶ୍ର, ନିକୁଞ୍ଜ କିଶୋର ଦାସ, ଅଞ୍ଜନା ସାହୁ ଓ ଗଣେଶ ଚନ୍ଦ୍ର ପାତ୍ର।
ଜଗତସିଂହପୁର ରୁ ରୀତା ସାହୁ
