ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ, ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ସାତପଡ଼ା ପଞ୍ଚାୟତ ନୂଆଗାଁ ଗ୍ରାମର 50 ରୁ ଉର୍ଦ୍ଧ୍ୱ ପରିବାର ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବରିଷ୍ଠ ନେତା ପ୍ରଫୁଲ୍ଲ ଜେନା, ସାତପଡ଼ା ପଞ୍ଚାୟତ ସଭାପତି ବାବୁଲି ଜେନା, ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ଜୟନ୍ତ କୁମାର ମାହାନ୍ତି ଏବଂ ଯୁବ ନେତା ଜ୍ଞାନ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ କୃଷ୍ଣ ପ୍ରସାଦ ବ୍ଲକ ବିଜୁ ଜନତା ଦଳକୁ ସ୍ବାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *