ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ପୁଣ୍ୟତିଥିରେ ସଂସ୍କୁତି ବିଭାଗର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର -ତା୦୧.୦୨.୨୦୨୪ ଅଲଚିକି ଲିପିର ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୪୨ତମ୍ ଶ୍ରାଦ୍ଧୋତ୍ସବ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପାଳିତ ହୋଇଛି । ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ସୀତାନାଥ ବସ୍ତିସ୍ଥିତ ପଣ୍ଡିତ ମୁର୍ମୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ କାମଦେବ ମହାପାତ୍ର କବିତା ଆବୃତ୍ତି କରିଥିଲେ।ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ,ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ,ଶିକ୍ଷାବିତ୍ ସୁବାସ ,ଗିରିଜାଶଙ୍କର ମହାପାତ୍ର, ରମେଶ ଚନ୍ଦ୍ର ପାତାଳସିଂହ, ଅମିତ ପାତାଳସିଂହ, ଲକ୍ଷ୍ମୀ ସିଂହ,ସୋନାଲି ସିଂହ, ଝୁନୁବାଳା ପ୍ରଧାନ,ଗୀତାଞ୍ଜଲି ସାହୁ,ବିନୋଦିନୀ ସାହୁ,ବିଳାସ ରାଉତ,ପ୍ରଜ୍ଞା ପାରମିତା ବେହେରା,ସୁନିତା ବେହେରା,ସୁଜାତା ଜେନା,ମମତା ବେହେରା,ବନଜା ବେହେରା,ଲକ୍ଷ୍ମୀପ୍ରିୟା ମହାରଣା ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ଯରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ସାଧନାର ଫଳ ଅଲଚିକି ଲିପି ଆଜି ସଫଳତାର ଶୀର୍ଷରେ ପହଞ୍ଛିପାରିଛି ଓ ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକୋତ୍ତର ଓ ଗବେଷଣା ଶିକ୍ଷା ପ୍ରଦାନ କରା ଯାଉଛି । ଭାଷାର ବିକାଶ ପାଇଁ ତାଙ୍କ ତ୍ୟାଗ ଅତୁଳନୀୟ ବୋଲି ପ୍ରକାଶ କରି ସେମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *