ମଧୁସୂଦନ ଶିକ୍ଷା ନିବାସ ଷଡ଼ଙ୍ଗୀ ରେ ବାର୍ଷିକ ଉତ୍ସବ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ଗଢ଼ିଉଠିଥିବା ମଧୁସୂଦନ ଶିକ୍ଷା ନିବାସ ର ବାର୍ଷିକ ଉତ୍ସବ ଶିକ୍ଷା ନିବାସ ର ସମ୍ପାଦକ ମନୋରଞ୍ଜନ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ମାସ ଦୁଇ ତାରିଖ ପୂର୍ବାହ୍ନ ରେ ଶିକ୍ଷା ନିବାସ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ, ପ୍ରକୃତି ବନ୍ଧୁ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ନିଷ୍ଠାର ସହିତ ପାଠପଢି ସୁମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପିତା ମାତାଙ୍କୁ ପିଲାମାନଙ୍କୁ ନିୟମିତ ପଠାଇ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ପୋଥାଳ ବିଦ୍ୟାଳୟ କୁ ଆଗେଇ ନେବାପାଇଁ ସମସ୍ତ ଙ୍କ ର ସହଯୋଗ ଲୋଡ଼ିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସାମଲ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁନିମିତା ସାମଲ,ଜ୍ଯୋତିସ୍ମିତା ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରୀୟ ସହଯୋଗ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏକକ ନୃତ୍ୟ, ଦଳଗତ ନୃତ୍ୟ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସମସ୍ତ ପିତା ମାତା ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।
