କ.ନୂଆଗାଁରେ ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ରଣ ଉତ୍ସବ ପାଇଁ କଳସ ଯାତ୍ରା ଅନୁଷ୍ଠିତ
କ.ନୂଆଗାଁ – କନ୍ଧମାଳ ଜିଲ୍ଲା କ.ନୂଆଗାଁ ବଜାର ଠାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି।ଏଥି ନିମନ୍ତେ ପ୍ରଥମେ କର୍ତ୍ତା ବରଣ କରି କଳସ ଯାତ୍ରା ବିଧି ପୂର୍ବକ ଜଗନ୍ନାଥ ମନ୍ଦିର ଠାରୁ ଶତାଧିକ ମହିଳା,ମନ୍ଦିର କର୍ମକର୍ତ୍ତା ଓ ଅଞ୍ଚଳ ବାସୀ ଭକ୍ତମାନେ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଗ୍ରାହିବାଲି ନଦୀରେ ପୂଜା ଅର୍ଚ୍ଚନା କରି ଗଙ୍ଗା ଆବାହନ ପରେ ମା ପାଟ୍ଟଖଣ୍ଡା ଓ ତାରିଣୀ ମନ୍ଦିରରୁ ଆଜ୍ଞାମାଳ ନେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଥିଲେ। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ସ୍ଵର୍ଣ୍ଣ ପଦକ ପ୍ରାପ୍ତ ତଥା ଯଜ୍ଞ ସମ୍ରାଟ ନୀଳମାଧବ ତ୍ରିପାଠୀ, ପୁରୋହିତ ସୁମନ ପଣ୍ଡା,ପ୍ରତାପ ଦାସ,ପବିତ୍ର ଦାସ,ରବିନ୍ଦ୍ରନାଥ ଶତପଥୀ, ଉମାକାନ୍ତ ଦାସ, ଶ୍ରୀଧର ତ୍ରିପାଠୀ ଯୋଗ ଦେଇ ପୂଜା କାର୍ଯ୍ୟକ୍ରମ ସମ୍ପାଦାନ କରିଥିଲେ।ଏହା ସହ ରାଜଘରା,କଞ୍ଜାମେଣ୍ଡି,ଇଶ୍ଵରପଲ୍ଲୀ,ଡାମେରିକିଆ,ସିର୍ତ୍ତିଗୁଡା,କୁଡୁତୁଲି,ଗହିଙ୍ଗିଆ,ନେଡ଼ିଗୁଡ଼ା,ପୁରୁଣା ନୂଆଗାଁ,ଗୁରୁମାହା ଅଞ୍ଚଳର ଘଣ୍ଟ ବାଦ୍ୟ,ଆଦିବାସୀ ନୃତ୍ଯ ଓ ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ବେଳେ ୨୪ ପ୍ରହର ନାମ ଯଜ୍ଞ ଓ ପଞ୍ଚ ମହା ଯଜ୍ଞ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ତଥା କର୍ତ୍ତା କୃଷ୍ଣ ମୋହନ ପାଣିଗ୍ରାହୀ, ସମ୍ପାଦକ ଧବଳେଶ୍ୱର ପାତ୍ର, ଉପ ସଭାପତି ପଣ୍ଡିତ କୁମାର ବିଶିମାଝୀ,କୋଷାଧ୍ୟକ୍ଷ ପ୍ରଭାତ କୁମାର ପାଣିଗ୍ରାହୀ,ବରିଷ୍ଠ କର୍ମକର୍ତ୍ତା ଶ୍ୟାମ ଘନ ସାହୁ,ରଜନୀ କାନ୍ତ ସାହୁ,ରଞ୍ଜିତ କୁମାର ପଣ୍ଡା,ରାଜା ପଣ୍ଡା,ପିଣ୍ଟୁ ପ୍ରଧାନ,ବିଜୟ କୁମାର ସାହୁ,କାଳିଆ ପାତ୍ର,ବିଭୁତି ଦଳପତି,ସଦାନନ୍ଦ ବିଶିମାଝି,ନିରାକାର ବିଷୋୟୀଙ୍କ ସମେତ ସମସ୍ତ କର୍ମକର୍ତ୍ତା,ବଣିକ ସଂଘ, ବଜରଙ୍ଗୀ ଯୁବକ ସଂଘ,ମିଶନ ଶକ୍ତି ମହିଳା,ଶହ ଶହ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
