ମହିଳାଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଆଦ୍ୟ ତା. ୦୨.୦୨.୨୦୨୪ରିଖ ଦିବା ଦଶ ଘଟିକା ସମୟରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀ ସମ୍ମିଳନୀକକ୍ଷରେ ଜ଼ିଲ୍ଲା ସ୍ୱାସ୍ଥ୍ୟସମିତି, ପୁରୀ ତରଫରୁ ଆଶା ଗାଁକଲ୍ୟାଣ ସମିତି ଏବଂ ମହିଳାଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟଅତିଥି ଭାବେ ଡା. ସୁଜାତା ମିଶ୍ର ଜ଼ିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପୁରୀ ଯୋଗ ଦେଇଥିଲାବେଳେ ଡା. ବିରଜା ଶଙ୍କର ରଥ, ଓ ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ପୁରୀ, ଡା. ଲଲାଟେନ୍ଦୁ ମିଶ୍ର, ଶ୍ରୀମତୀ ଅଦ୍ୟସା ରଥ ସମ୍ମାନିତ ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ, ଶ୍ରୀଯୁକ୍ତ ବଳରାମ ପାତ୍ର ଏଥିରେ ସଭାପତିତ୍ୱ କରିଥିଲେ , ଏଥିରେ ଅନ୍ୟତମ ଅତିଥି ଭାବରେ ଡା ସୁରମା ମିଶ୍ର, PROFESOR ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀ , ଶ୍ରୀମତୀ ଚିନ୍ମୟୀ ରଥ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ପୁରୀ ଯୋଗଦେଇଥିଲେ I ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା , ଶ୍ରୀ ଅଶୋକ କୁମାର ସାହୁ , ଆଶା ସଂଯୋଜକ, ପୁରୀ ଏହି ସମ୍ମିଳନୀର ଉଦେଶ୍ୟ ବ୍ରିସ୍ତୁତ ଭାବେ ଉଲେଖ କରିଥିଲେ Iଏହାପରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଆଶା ଓ ଗାଁକଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ମାନଙ୍କର ଆଜିର ପରିସ୍ଥିତି ରେ ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ. ସମସ୍ତ ଅତିଥି ବୃନ୍ଦ ଆଶାମାନଙ୍କର କାର୍ଯ୍ୟକୁ ଭୁୟସୀ ପ୍ରଂଶସା କରିଥିଲେ I

ଉକ୍ତ କାର୍ୟକ୍ରମରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତ କାର୍ଯ୍ୟ କରିଥିବା ୩ଜଣ ଆଶାକର୍ମୀ , ୧୧ ଗୋଟି ଗାଁକଲ୍ୟାଣସମିତି , ୨୫ ମହିଳା ଆରୋଗ୍ୟ ସମିତିକୁ ଅର୍ଥ ପ୍ରଦାନ ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା Iଆଶାମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏବଂ ପୁରସ୍କୃତ କରାଯାଇଥିଲାIକୁଇଜି କମ୍ପିଟିସନ କରାଯାଇ ସଠିକ ଉତ୍ତର ଦେଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟ ପୁରସ୍କୃତ କରାଯାଇଥିଲା Iଶ୍ରୀଯୁକ୍ତ ଟି . ନାରାୟଣ . ରାଓ, ଜ଼ିଲ୍ଲା ପ୍ରକଳ୍ପ ପରିଚାଳକ, ଜ଼ତୀୟ ସ୍ୱାସ୍ଥ୍ୟ ମିଶନ, ପୁରୀ ଏବଂଶ୍ରୀଯୁକ୍ତ ବିଜୟ ନାୟକ , ଜ଼ିଲ୍ଲା ହିସାବ ରକ୍ଷକ ପରିଚାଳକ, ଜ଼ତୀୟ ସ୍ୱାସ୍ଥ୍ୟ ମିଶନ, ପୁରୀ ମଞ୍ଚ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସନ୍ଦୀପ ବାରଣ ଓଝା, ଏପିମ, ଶ୍ରୀ ପ୍ରଶାନ୍ତ ବରାଳ, ଡିଏମଆରସିଏଚ, ଆସିଷ୍ଟାଣ୍ଟ ମ୍ୟାନେଜେର ରବିସକେ, ଆସିଷ୍ଟାଣ୍ଟ ମ୍ୟାନେଜେର ଏବଂ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେI

Leave a Reply

Your email address will not be published. Required fields are marked *