ଛ,ଦଫା ଦାବୀ ନେଇ ଅସ୍ତରଙ୍ଗ ସମ୍ବାଦିକ ସଙ୍ଘ ର କଳାବ୍ୟାଚ ପରିଧାନ
ଛ,ଦଫା ଦାବୀ ନେଇ ଅସ୍ତରଙ୍ଗ ସମ୍ବାଦିକ ସଙ୍ଘ ର କଳାବ୍ୟାଚ ପରିଧାନ ।ଅସ୍ତରଙ୍ଗ,- ବିନା ବେତନ ରେ ବିଭିନ୍ନ ସମୟ ରେ ଲୋକ ଲୋଚନ ରେ ଦେଶ ବିଦେଶ ରୁ ଆରମ୍ଭ କରି ରାଜ୍ୟ ଓ ଆଞ୍ଚଳିକ ସ୍ତରର ଟିକନିକ ଖବର ପହଞ୍ଚେଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣତନ୍ତ୍ର ର ୪ର୍ଥ ସ୍ତମ୍ଭ । କିନ୍ତୁ ଅନେକ ସମୟ ରେ ସାମ୍ବାଦିକ ମାନଙ୍କୁ ବିଭିନ୍ନ ମିଛ କେଶ ରେ ଫସେଇବା, ବିଭିନ୍ନ ସ୍ତରରେ ସାମ୍ବାଦିକ ମାନଙ୍କୁ ଉପେକ୍ଷା, ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ କୌଣସି ଭତ୍ତା କି ବେତନ ବ୍ୟବସ୍ଥା ନକରିବା, ଏହିଭଳି ଅନେକ ସମସ୍ୟା ରେ ସାମ୍ବାଦିକ ମାନେ ସନ୍ତୁଳିତ ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି । ଅତୀତ ରେ ଏହାର ପ୍ରତିବାଦ ରେ ରାଜ୍ୟ ର ଅନେକ ସାମ୍ବାଦିକ ସଙ୍ଘ ଭୁବନେଶ୍ୱର ଲୋୟାର ପିଏମଜି ଛକ ରେ, ଏକତ୍ରିତ ହୋଇ ଏ ବାବଦରେ ସରକାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଏ ଯାଏ ସରକାର ଏହାକୁ ଗ୍ରହଣ କରିନାହାନ୍ତି, ଯେଉଁଥି ପାଇଁ ରାଜ୍ୟ ର ପ୍ରତିଷ୍ଠିତ ସମ୍ବାଦିକ ସଙ୍ଘ ମାନଙ୍କ ଆହ୍ୱାନ ରେ ଆଜି ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର କର୍ମୀ ମାନେ ଅସ୍ତରଙ୍ଗ ଥାନା ସମ୍ମୁଖରେ କଳାବ୍ୟାଚ ପରିଧାନ କରି ବିକ୍ଷୋଭ ପଦର୍ଶନ କରିଛନ୍ତି । ଏଥିରେ ସଙ୍ଘ ର ବରିଷ୍ଠ ପରାମର୍ଶଦାତା ଦୁଃଶାସନ ନାୟକ, ନିରଞ୍ଜନ ଦାସ, ପ୍ରଶାନ୍ତ ବାରିକ,ଶରତ ଚନ୍ଦ୍ର ପରିଡା,ସଭାପତି ବିଶ୍ୱ ରଞ୍ଜନ ବିଶ୍ୱଶ୍ରୀ, କାର୍ଯ୍ୟକାରୀ ସଭାପତି ଆର୍ଯ୍ୟ ବିଶ୍ୱାଳ, ଉପସଭାପତି ସମୀର କର, ସମ୍ପାଦକ ଲୋକନାଥ ସ୍ୱାଇଁ, କୋଷାଧକ୍ଷ ବୃନ୍ଦାବନ ବିଶ୍ୱାଳ, ସଦସ୍ୟ ମାନଙ୍କ ଭିତରେ ଆର୍ତ୍ତତ୍ରାଣ ମହାନ୍ତି,ସୁଧୀର କର,ପ୍ରିୟବ୍ରତ ମୁଦୁଲୀ, ମନୋଜ ବିଶ୍ୱାଳ, ପ୍ରଶାନ୍ତ ଜେନା, ତ୍ରିଲୋଚନ ବେହେରା, ସଞ୍ଜୟ ପୃଷ୍ଟି, ସମୀର ବେଉରା, ଆଦିତ୍ୟ ବିଶ୍ୱାଳ, ଆଇନ ପରାମର୍ଶଦାତା ଦିବ୍ୟଦର୍ଶୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ l
